Below header

ପୁଣି ରେଲୱେରେ ନିଯୁକ୍ତି ଜାରି, ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ

ରେଳ ବିଭାଗରେ ନିଯୁକ୍ତି ପାଇଁ ବାରମ୍ବାର ବିଜ୍ଞପ୍ତି ପ୍ରକାଶ ପାଉଛି। ଏଥିପାଇଁ ମଧ୍ୟ ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବପିଢୀମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ରେଳ ବିଭାଗରେ ନିଯୁକ୍ତି ପାଇଁ ଆବେଦନ କରୁଥିବା ପାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର। ରେଲୱେ ଆରଆରସି, ଜୟପୁରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଅପ୍ରେଟିସ୍‌ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯଦି ଆପଣମାନେ ମଧ୍ୟ ଏହି ପଦବୀରେ ନିଯୁକ୍ତି ଚାହୁଁଛନ୍ତି ତେବେ ଆଜି ହିଁ ଆବେଦନ କରନ୍ତୁ।

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆଶାୟୀପାର୍ଥୀମାନଙ୍କର ନ୍ୟୁନତମ ବୟସ ସୀମା ୧୫ ବର୍ଷ ଏବଂ ଅଧିକତମ ବୟସ ସୀମା ୨୪ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ପଦବୀ ଅନୁଯାୟୀ ପାର୍ଥୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

RRC-Railwayପଦବୀ ନାମ-ପଦ ସଂଖ୍ୟା:

ଟ୍ରେଡ ଅପରେଂଟିସ୍‌ – ୨୦୨୯

ମହତ୍ୱପୂର୍ଣ୍ଣ ତାରିଖ:

ଆବେଦନ ଜମା କରିବାର ଆରମ୍ଭ ତାରିଖ: ୦୮ ନଭେମ୍ବର ୨୦୧୯

ଆବେଦନ ଜମା କରିବାର ଶେଷ ତାରିଖ: ୦୮ ଡିସେମ୍ବର ୨୦୧୯(ସଂନ୍ଧ୍ୟା ୫ ପର‌୍ୟ୍ୟନ୍ତ)

ଏହାସହ ପଢନ୍ତୁ: ଏୟାର ଇଣ୍ଡିଆରେ ଚାକିରି ଅଫର, ଜଲଦି କରନ୍ତୁ ଆବେଦନ

ଆବେଦନ ଶୁଳ୍କ:

ସାମାନ୍ୟ ଏବଂ ଓବିସି ବର୍ଗର ପାର୍ଥୀମାନେ ୧୦୦ ଟଙ୍କା ଦେବାକୁ ପଡିବ। ଅନ୍ୟ ବର୍ଗର ପାର୍ଥୀମାନେ ଅଧିକ ସୂଚନା ପାଇଁ େଓ୍ଵବସାଇଟ୍‌ ଜରିଆରେ ଚେକ୍‌ କରିପାରିବେ।

ଚୟନ ପ୍ରକ୍ରିୟା:

ପାର୍ଥୀମାନଙ୍କୁ ମେରିଟ ଲିଷ୍ଟ ମାଧ୍ୟମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.