ରାଜ୍ୟରେ ପିଆଜ ଦର ବୃଦ୍ଧି ପ୍ରସଙ୍ଗ: ସମସ୍ତ ଜିଲ୍ଲାପାଳଙ୍କୁ ଖାଦ୍ୟ ଓ ଯୋଗାଣ ବିଭାଗର ଚିଠି,ମୈତ୍ରୀ ଷ୍ଟୋରରେ ପିଆଜ ବିକ୍ରି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପିଆଜ ଚିନ୍ତା। ବଜାରରେ ହୁ ହୁ ବଢିଚାଲିଛି ପିଆଜ ଦର। କିଲୋ ୭୦ଟଙ୍କା ଛୁଇଁଛି। ବେଲଗାମ୍ ପିଆଜ ଦରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚିନ୍ତାରେ ପଡିଯାଇଛନ୍ତି। ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇଥିବା ବେଳେ ମୈତ୍ରୀ ଷ୍ଟୋର ଜରିଆରେ ଖାଉଟିଙ୍କୁ ପିଆଜ ଯୋଗାଇ ଦେବାକୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏନେଇ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗର ଚିଠି ଲେଖିଛି । ମୈତ୍ରୀ ଷ୍ଟୋର ଗୁଡ଼ିକରେ ପିଆଜ ବିକ୍ରି କରିବାକୁ ନିର୍ଦ୍ଦେଶ ରହିଛି । ମୈତ୍ରୀ ଷ୍ଟୋରରୁ ପିଆଜ ପାଇପାରିବେ ଲୋକେ ।

ଆନ୍ଧ୍ର ଓ କର୍ଣ୍ଣାଟକରୁ କମ୍ ପିଆଜ ଆସୁଥିବାରୁ ରାଜ୍ୟରେ ଦର ବୃଦ୍ଧି ହେଉଛି । ଫଳରେ କିଛି ଅସାଧୁ ବ୍ୟବସାୟୀ ଚଢା ଦରରେ ପିଆଜ ବିକୁଛନ୍ତି। ଏହା ଉପରେ ଲଗାମ୍ ଲଗାଇବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସେପଟେ କେନ୍ଦ୍ର ସରକାର ଏବେ ବିଦେଶରୁ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.