Below header

RIMS ରେ ଖାଲିପଡିଛି ସିନିଅର ରେସିଡେଣ୍ଟ ପଦବୀ, ଜଲଦି କରନ୍ତୁ ଆବେଦନ

ଝାରଖଣ୍ଡର ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ଯୁଟ ଅଫ ମେଡିକାଲ ସାଇନ୍ସ(RIMS)ରେ ଖାଲି ପଡିଛି ସିନିଅର ରେସିଡେଣ୍ଟ ପଦବୀ। ବିଭାଗ ଏଥିପାଇଁ ଅଧିକାରକ ନୋଟିଫିକେସନ ଜାରି କରିଛି। ଏହି ପଦବୀ ଚୟନ ୱାକ-ଇନ-ଇଣ୍ଟରଭ୍ଯୁ ମାଧ୍ୟମରେ ହେବ। ନୋଟିଫିକେସନ ଅନୁଯାୟୀ ବିଭିନ୍ନ ବିଭାଗ ପାଇଁ ପାଖାପାଖି ୨୦ଟି ପଦବୀ ଖାଲିପଡିଛି। ଅଧିକ ଜାଣିବା ପାଇଁ ରିମ୍ସର ଅଧିକାରକ ୱେବସାଇଟ୍ rimsranchi.org କୁ ଯାଇ ଜାଣିପାରିବେ।

ଜରୁରୀ ତାରିଖ: ନୋଟିଫିକେସନ ଜାରି ହେବାର ତାରିଖ ୨୪ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ବେଳେ ୱାକ୍-ଇନ-ଇଣ୍ଟରଭ୍ଯୁ ୫ ମାର୍ଚ୍ଚରେ ହେବ।

ପଦବୀ ବିବରଣୀ: ୨୦

ପେଡିଆଟ୍ରିକ ସର୍ଜରୀ: ୪
ନେୋଟଲିଜି: ୩
ନେଫ୍ରୋଲଜି: ୨
ମେଡିକାଲ ଅଙ୍କୋଲୋଜି: ୪
ସର୍ଜିକାଲ: ୦୨
ନ୍ଯୁରୋଲୋଜି: ୦୨
ପ୍ଲାଷ୍ଟିକ ସର୍ଜରୀ: ୦୩

job

ଆବଶ୍ଯକ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟ କିମ୍ବା ସଂସ୍ଥାରୁ ଏମବିବିସି ପୋଷ୍ଟରେ ଗ୍ରାଜୁଏସନ ଡିଗ୍ରୀ ରହିଥିବା ଆବଶ୍ଯକ।

ଦରମା: ମାସକୁ ୬୭,୭୦୦ ଟଙ୍କା

କିଛି ଜାଣିବାର କଥା:

ଦିଆଯାଇଥିବା ଫର୍ମାଟରେ ଆବେଦନ ଫର୍ମ ଭରି ଆବଶ୍ଯକ ଦସ୍ତାବିଜ ଏବଂ ସେଲ୍ଫ ଆଟେଷ୍ଟଡ ଫଟୋକପି ଇଣ୍ଟରଭ୍ଯୁ ସମୟରେ ସବମିଟ କରନ୍ତୁ।

ପ୍ରାର୍ଥୀ ୱାକ- ଇନ-ଇଣ୍ଟରଭ୍ଯୁ ସମୟରେ ସମସ୍ତ ମେନ ଦସ୍ତାବିଜ ନେଇ ଯିବା ଉଚିତ।

ଗୋଟେରୁ ଅଧିକ ପଦବୀ ପାଇଁ ଆବେଦନ କରିବାକୁ ହେଲେ ଅଲଗା ଅଲଗା ଫର୍ମ ଭରିବାକୁ ପଡିବ।

ସିନିଅର ରେସିଡେଣ୍ଟ ପଦବୀ ପାଇଁ ନିଯୁକ୍ତି ୩ ବର୍ଷ ପାଇଁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.