Below header

ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଜଗତସିଂହପୁର(କେନ୍ୟୁଜ୍):  ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା । ଜଗତସିଂହପୁର ଅରଖୁଦ ଅଞ୍ଚଳର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦି । ଦେଶ ପାଇଁ ନାୟକ ତିଆରି କରୁଛନ୍ତି ନାୟକ ସାର । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ସିଲୁ ନାୟକ ଖୋଲିଛନ୍ତି ମହାଗୁରୁ ବାଟାଲିୟନ । ବିନା ପଇସାରେ ଯୁବକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ । ଫିଜିକାଲ ଫିଟିନେସ ସହ ଇଣ୍ଟରଭ୍ୟୁ କେମିତି ଦିଆଯିବ ସେ ସମ୍ପର୍କରେ ଜ୍ଞାନ ଦେଉଛନ୍ତି ସିଲୁ ନାୟକ । ଏମିତିକି ଲିଖିତ ପରୀକ୍ଷା କେମିିତି ଦିଆଯିବ ସେ ସମ୍ପର୍କରେ ମଧ୍ୟ ଯୁବପିଢ଼ିଙ୍କୁ ଟ୍ରେନିଂ ଦେଉଛନ୍ତି ।

ତାଙ୍କଠାରୁ ପ୍ରଶିକ୍ଷଣ ନେଇ ନେଭି, ଆର୍ମି, ଏୟାରଫୋର୍ସରେ ଅନେକ ଯୋଗ ଦେଇଛନ୍ତି । ଏହାସହ ବିଏସଏଫ, ସିଆରପିଏଫରେ ଯବାନ ଭାବେ ଦେଶ ପାଇଁ କାର‌୍ୟ୍ୟରତ । ନାୟକ ସାର ଓଡ଼ିଶା ପୋଲିସରେ ଚାକିରି ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏହାପରେ ସେ ହାରିନଯାଇ ଯୁବକଙ୍କୁ ରାଷ୍ଟ୍ରସେବା ପାଇଁ ଯୋଗ୍ୟ କରାଉଛନ୍ତି । ସିଲୁ ନାୟକଙ୍କୁ ମ୍ୟାନ୍ ଅନ୍ ମିଶନ ଭାବେ ବିବେଚିତ କରିଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.