Below header

ପହିଲାରୁ ଗ୍ୟାସ ଦରରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଜାଣନ୍ତୁ ବଢିବ କି କମିବ

ଏପ୍ରିଲ ମାସ ସରିବାକୁ ଆଉ ମାତ୍ର  କିଛି ଘଣ୍ଟା ବାକି । ଆସନ୍ତା ମେ ପହିଲା ଠାରୁ ସାଧାରଣ ଜନତାଙ୍କ ପାଇଁ କେତେ ଗୁଡିଏ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ବ୍ୟାଙ୍କିଙ୍ଗ, ଗ୍ୟାସ ସିଲିଣ୍ଡର, କରୋନା ଭ୍ୟାକସିନକୁ ହେବାକୁ ଯାଉଥିବା ଅନେକ ପରିବର୍ତ୍ତନ ବି ଏହି ତାଲିକାରେ ସାମିଲ ଅଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ । ତେଣୁ ଆପଣ ମାନେ ବି ଏହି ସବୁ ନିୟମ ମାନଙ୍କରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜାଣି ରଖନ୍ତୁ ।

୧. ଆକ୍ସିସ ବ୍ୟାଙ୍କ ଆଣିବାକୁ ଯାଉଛି ପରିବର୍ତ୍ତନ:

ନିଜ ଜମା ରାଶିରେ ସର୍ବନିମ୍ନ ଟଙ୍କା ରଖିବା ନିୟମରେ କିଂଚିତ ପରିବର୍ତ୍ତନ ଆଣିଛି ଆକ୍ସିସ ବ୍ୟାଙ୍କ । ଏହି ରାଶିକୁ ୧୦ ହଜାରରୁ ବଢ଼ାଇ ୧୫  ହଜାର କରାଯାଇଛି । ଫ୍ରି ଲିମିଟ ଶେଷ ହେବା ପରେ ଏଟିଏମ୍ରୁ ଟଙ୍କା ଉଠାଇଲେ ଏଣିକି କିଛି ଅଧିକ ଚାର୍ଜ ଦେବାକୁ ପଡିବ । ଏହା ବ୍ୟତୀତ ଅନ୍ୟ କେତେକ ସର୍ଭିସେସ ପାଇଁ ବି ବ୍ୟାଙ୍କ ତାର ଚାର୍ଜ ପରିମାଣ କିଛିଟା ବଢ଼ାଇ ଦେଇଛି ।

VACCINE

୨. ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତେ ପାଇବେ ଭ୍ୟାକସିନ:  

କରୋନା ମହାମାରୀର ପ୍ରାଦୁର୍ଭାବକୁ ଲକ୍ଷରେ ରଖି ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ଆସନ୍ତା ୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି | ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ୟକ ବ୍ୟକ୍ତି ଟୀକା ନେଇପାରିବେ | ଯାହାର ପଞ୍ଜିକରଣ ୨୮ ତାରିଖରୁ ଆରମ୍ଭ ହୋଇଯାଇଛି ।

୩. ବଦଳିପାରେ ଗ୍ୟାସ ସିଲିଣ୍ଡର ଦର:    

ସରକାରୀ ତୈଳ କମ୍ପାନୀ ମାନେ ସାଧାରଣତ ପହିଲା ଠାରୁ ଗ୍ୟାସ ସିଲିଣ୍ଡର ଦରରେ କିଛିଟା ପରିବର୍ତ୍ତନ କରିଥାନ୍ତି । ସେହି ଅନୁଯାୟୀ ମେ ୧ ରୁ ବି ଗ୍ୟାସ ମୂଲ୍ୟରେ କିଛିଟା ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ କମିବ କି ବଢ଼ିବ ସେ ନେଇ ସ୍ପଷ୍ଟ ସୂଚନା ଆସିନାହିଁ ।

୪ . ମେ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ :

କହି ରଖୁଛୁକି, ଆସନ୍ତା ମାସ ୧୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି । ଦେଶର ସମସ୍ତ ବ୍ୟାଙ୍କରେ ଏହି ନିୟମ ଲାଗିବ ନାହିଁ । ଏମଧ୍ୟରୁ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ସ୍ଥାନୀୟ ଛୁଟି ତାଲିକା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.