Below header

ନବରଙ୍ଗପୁର: ଦୁଇଟି ମେସଜରେ ଗରିବର ୨୪ ହଜାର ଟଙ୍କା ଲୁଟିନେଲେ ସାଇବର ଠକ, ପୋଲିସକୁ କଲେ ଗୁହାରୀ

ନବରଙ୍ଗପୁର(କେନ୍ୟୁଜ୍): ସାଇବର ଠକେଇର ଶିକାର ହେଲେ ମହିଳା । ମୋବାଇଲରେ ମେସେଜ ଆସିବା କ୍ଷଣି କ୍ଲିକ୍ କରିବାରୁ ଗାୟବ ହୋଇଗଲା ଆକାଉଣ୍ଟରୁ ଟଙ୍କା । ଏଭଳି ଏକ  ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ଗ୍ରାମର ଦୀପା ମଞ୍ଜରୀ ବିଷୋୟୀଙ୍କ ନିକଟରେ। ନିଜ ଗାଁ କଣ୍ଟାଗାଁ  ବ୍ରାଞ୍ଚରେ ଗୋଟିଏ ଆକାଉଣ୍ଟ (୩୫୧୫୨୩୯୧୩୧୯) ଖୋଲିଥିଲେ। ଏହି ଆକାଉଣ୍ଟରେ ନିଜର ମୋବାଇଲ ନମ୍ବର(୭୭୩୫୨୭୮୮୮୩)  ସଂଲଗ୍ନ କରିଥିଲା। ଦୀପାଙ୍କ ଏହି ଏସବିଆଇ  ଖାତାରେ ସମୁଦାୟ ୨୪,୦୦୦ରୁ ଉର୍ଦ୍ଧ ଟଙ୍କା ଥିଲା।   ଗତ ୨୫/୦୪/୨୧ ତାରିଖ ଦିନ ୧୦.୩୨ସମୟରେ ମୋବାଇଲ ନମ୍ବରକୁ ଅଚାନକ ଗୋଟିଏ ନୂଆ ନମ୍ବର ୦୯୮୩୨୧୩୨୫୬୦ରୁ  ମେସେଜ ଆସିଥିଲା। ମେସେଜ ଟିକୁ କ୍ଲିକ୍ କରିବା କ୍ଷଣି ପୁନର୍ବାର ଆଉ ଗୋଟିଏ SBI yono liteରୁ ମେସେଜ ଆସିଥିଲା ।

ସେହି ମେସେଜକୁ ଖୋଲି ଦେଖିବା ବେଳକୁ ୨୩,୫୦୦ ଟଙ୍କା ଉଠାଣ ହୋଇଯାଇଛି। କିଛି ସମୟ ପରେ ୨ ନମ୍ବର ମେସେଜ ଆସି ପୁଣି ୪୦୦ ଟଙ୍କା ଉଠାଣ ହେଇଛି ଓ ୩ ନମ୍ବର ମେସେଜରେ ୪୦୦ ଟଙ୍କା ଖାତାରେ ଜମା ହେଇଥିବା ମେସଜ ଆସିଥିଲା। କିନ୍ତୁ ସମୁଦାୟ ଏକାଉଣ୍ଟରୁ ୨୩,୫୦୦ ଟଙ୍କା କୁଆଡେ ଗାଏବ ହୋଇଗଲା ତାହା ଜଣାପଡିଲାନାହିଁ । ପ୍ରଥମେ SBI କଣ୍ଟାଗାଁ  ବ୍ରାଞ୍ଚ  ଶାଖା ପରିଚାଳକଙ୍କୁ ଦେଖାକରି ସମସ୍ତ ତଥ୍ୟ ଦେବାରୁ ସେ ଥାନାରେ ଏତଲା ଦେବାପାଇଁ ପରାମର୍ଶ ଦେଇଥିଲେ।

ଏହାପରେ ଦୀପା ମଞ୍ଜରୀ ସ୍ଥାନୀୟ ତେନ୍ତୁଳିଖୁଣ୍ଟି ଥାନାରେ ୨୫/୦୪/୨୦୨୧  ତାରିଖ ଦିନ ଗୋଟିଏ ଏତଲା ଦେଲେ । ପରିବାର ମଧ୍ୟରେ ଆର୍ଥିକ ସ୍ଥିତି ଠିକ ନ ଥିବାରୁ  ବୋଝ ଉପରେ ନଳିତା ବିଡା ସଦୃଶ୍ୟ  ଭାଗ୍ୟ କୁ ନିନ୍ଦା କରିଛନ୍ତି। ତେବେ  ଆକାଉଣ୍ଟରୁ କିଏ ପଇସା ଉଠାଇଛି ,କେମିତି ପଇସା ଉଠୁଛି, ବ୍ୟାଙ୍କ କେମିତି ଜାଣି ପାରିଲାନାହିଁ ତାହା ସବୁଠାରୁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦେଖିବାକୁ ବାକି ରହିଲା ଦୀପା ମଞ୍ଜରୀଙ୍କ  ଟଙ୍କା ଫେରସ୍ତ ପାଇବାରେ ପୋଲିସ କେତେ ସଫଳହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.