୪ କିମି ଯାତ୍ରା ପାଇଁ ଆମ୍ବୁଲାନ୍ସ ନେଲା ୧୦ ହଜାର ଟଙ୍କା! ରିସିପ୍ଟ ଫଟୋ ଭାଇରାଲ ପରେ ଉଡ଼ିଗଲା ଲୋକଙ୍କ ହୋଶ୍‌

ଯେଉଁଠି କରୋନାର ଦ୍ୱିତୀୟ ଲହରୀକୁ ନେଇ ସମସ୍ତେ ଆତଙ୍କିତ ଏବଂ ଭୟଭୀତ ଅବସ୍ଥାରେ ଅଛନ୍ତି, ହଜାର ହଜାର ଲୋକ ଟେଷ୍ଟ ଏବଂ ଚିକିତ୍ସା କରାଇବା ପାଇଁ ରାସ୍ତାକୁ ଆସୁଛନ୍ତି, ସେଠି ଏମିତି ବି ଫଟୋ ସାମ୍ନାକୁ ଆସୁଛି, ଯାହାକି ଆପଣଙ୍କ ହୋଶ୍‌ ଉଡ଼ାଉ ଦେବ।

ଏଠାରେ ରୋଗୀଙ୍କୁ ମନଇଚ୍ଛା ଦାମ୍‌ କହି ପଇସା ଲୁଟୁଥିବାର ଏକ ମାମଲା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ଏକ ଆମ୍ବୁଲାନ୍ସ ଭଡ଼ାର ବିଲ୍‌ ଶେୟାର କରାଯାଇଥିବା ଦେଖିବାକୁ ମିଳୁଛି। ଏଥିରେ ୪ କିମି ଯାତ୍ରା ପାଇଁ ୧୦ ହଜାର ଟଙ୍କା ଚାର୍ଜ କରାଯାଇଛି।

ଏହି ପୋଷ୍ଟକୁ ଆଇପିଏସ୍‌ ଅରୁଣ ବୋଥ୍ରା ଶେୟାର କରିଛନ୍ତି, ଯାହାକୁ ଏ ପର୍ଯ୍ୟନ୍ତ ୨୭.୮ ହଜାର ଲାଇକ୍‌ ମିଳିସାରିଲାଣି। ଅନେକ ଲୋକ କମେଣ୍ଟରେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି, ‘ଏଭଳି ସଙ୍ଗୀନ ସ୍ଥିତିରେ କିଏ ବା ଏମିତି କାମ କରିପାରେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.