କରୋନା ସଂକଟ ସମୟରେ ଓଡିଶାରେ CRPF ମୁତୟନ ବାବଦ ଖର୍ଚ୍ଚ ଛାଡ କରାଯାଉ, ମୋଦିଙ୍କୁ ଚିଠି ଲେଖିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ମୁତୟନ ବାବଦ ଖର୍ଚ୍ଚ ଛାଡ କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଲେଖିଛନ୍ତି। ଓଡ଼ିଶା ଠାରୁ ୪୫୬୧.୨୩ କୋଟି ଟଙ୍କା ଛାଡ କରିବା ପାଇଁ ଚିଠି ଲେଖି ଜଣାଇଛନ୍ତି। ଅକ୍ଟୋବର ୨୦୨୦ସୁଦ୍ଧା ଦେବାକୁ ଥିବା ଅର୍ଥ ଛାଡ କରିବାକୁ ଦାବି। ରାଜ୍ୟର ମାଓପ୍ରବଣ ଅଞ୍ଚଳରେ ମୁତୟନ ଅଛନ୍ତି କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ। କୋଭିଡ ପାଇଁ ରାଜ୍ୟ ଉପରେ ଅତିରିକ୍ତ ଚାପ ଥିବାରୁ ଏହାକୁ ଛାଡ଼ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

କହିଛନ୍ତି, ମାଓବାଦ ହିଂସା ଜାତୀୟ ସମସ୍ୟା। ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ମୁକାବିଲା କରୁଛନ୍ତି। କଠିନ ଆର୍ଥିକ ସ୍ଥିତିରେ ବି ରାଜ୍ୟ ସରକାର ସୁରକ୍ଷା ବଳକୁ ମଜଭୁତ କରିବାକୁ ଖର୍ଚ୍ଚ କରୁଛନ୍ତି। କେବଳ ମାଓବାଦୀଙ୍କ ମୁକାବିଲା ପାଇଁ ରାଜ୍ୟ ପୋଲିସର ୧୫ ବାଟାଲିଆନ ରହିଛି। ପୋଲିସ କ୍ୟାଡରରେ ୩୦ ହଜାର ପଦବୀ ସୃଷ୍ଟି କରାଯାଇଛି। ମାଓ ବିରୋଧୀ ମିଳିତ ଅଭିଯାନରେ ରାଜ୍ୟ ସରକାର ବହୁତ କିଛି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବକେୟା ଛାଡ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.