Below header

Sony ଆଉ Honda ମିଶି ବନାଇଲେ ନୂଆ କମ୍ପାନୀ, କରିବେ ହାଇଟେକ ଇଲେକଟ୍ରିକ୍‌ କାରର ନିର୍ମାଣ

ବହୁତ ଜଲଦି ମାର୍କେଟକୁ ଆସିବାକୁ ଯାଉଛି ସୋନି ହୋଣ୍ଡା ଇଲେକଟ୍ରିକ କାର। ହଁ ସୋନି ଗୃପ କର୍ପୋରେସନ ଏବଂ ହୋଣ୍ଡା ମୋଟର କମ୍ପାନୀର ମିଳିତ ପ୍ରୟାସରେ ଖୁବ୍‌ ଜଲଦି ମାର୍କେଟକୁ ଆସିବ ସୋନି ହୋଣ୍ଡା ଇଲେକଟ୍ରିକ କାର। ଗୁରୁବାର ଉଭୟ କମ୍ପାନୀ ସୋନି ହୋଣ୍ଡା ମୋବିଲିଟୀ ଇଙ୍କ୍‌ ନାମକ ଏକ ନୂଆ କମ୍ପାନୀ ବନାଇବା ପାଇଁ ଅଫିସିଆଲ ଭାବେ ଏକ ଜଏଣ୍ଟ ଭେନଚରରେ ଦସ୍ତଖତ କରିଛନ୍ତି। ଆଉ ଏହି ନୂଆ କମ୍ପାନୀ ହାଇ ଭେଲ୍ୟୁ ଆଡେଡ୍‌ ଇଲେକଟ୍ରିକ ବାହନକୁ ଆହୁରି ଡେବଲପ୍‌ କରିବା ଏବଂ ବିକ୍ରି କରିବାକୁ ନେଇ କାମ କରିବ। ସୋନି ଆଉ ହୋଣ୍ଡା ଭିତରେ ଏହିଭଳି ପାର୍ଟନରସିପ ହେବା ବହୁତ ପୂର୍ବରୁ ଚର୍ଚ୍ଚାରେ ଥିଲା। କିନ୍ତୁ ଏବେ ଉଭୟ କମ୍ପାନୀ ଏହାକୁ ଅଫିସିଆଲ ଭାବେ ଘୋଷଣା କରିଦେଇଛନ୍ତି।

ଗୋଟିଏ ପଟେ ସୋନି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ କ୍ଷେତ୍ରରେ ଗ୍ଲୋବାଲ ଲିଡର ରହିଥିବାବେଳେ ହୋଣ୍ଡା ଦୁନିଆର ଗତିଶୀଳତା କ୍ଷେତ୍ରରେ ଏକ ପ୍ରମୁଖ ଖିଲାଡି ହୋଇପାରିଛି। ଆଜିର ଡେଟରେ ଆଧୁନିକ କାରରେ ବଢ଼ିଆ ନୂଆ ନୂଆ ଫିଚର୍ସ ରହୁଛି। ଏବଂ ପ୍ରତ୍ୟେକ ସିଙ୍ଗଲ ଡେରେ ଇଲେକଟ୍ରିକ ବାହନର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଆଉ ଏମିତିରେ ସୋନି ହୋଣ୍ଡା ମୋବିଲିଟୀ ଇଙ୍କ୍‌ କମ୍ପାନୀ ନିଜର ପାଓ୍ଵାରକୁ ମିଶାଇ ଏକ ମଜବୁତ ସ୍ଥିତି ଛିଡା କରିପାରେ। ଆଉ ଗ୍ରାହକଙ୍କୁ ନିଜର ବେଷ୍ଟ ସର୍ଭିସ ଦେଇପାରେ।

sony hondaଯେଉଁଠି ହୋଣ୍ଡା ପାଖରେ ମୋବିଲିଟୀ ଡେଭଲପମେଣ୍ଟ, ସେଫଟି ଟେକ୍ନୋଲୋଜି, ଭେଇକିଲ ବଡି ମ୍ୟାନୁଫ୍ୟାକଚରିଙ୍ଗ ଟେକ୍ନୋଲୋଜି ଏବଂ ଆଫ୍ଟର-ସେଲ୍ସ ସର୍ଭିସ ମ୍ୟାନେଜମେଣ୍ଟ ଏକ୍ସପିରିୟନ୍ସରେ ବିଶେଷଜ୍ଞତା ରହିଛି। ସେହିପରି ଇମେଜିଙ୍ଗ, ସେନସସିଙ୍ଗ, ଟେଲିକମ୍ୟୁନିକେସନ, ନେଟଓ୍ଵର୍କ ଏବଂ ଏଣ୍ଟରଟେନମେଣ୍ଟ ଟେକ୍ନୋଲୋଜିର ବିକାଶ ଏବଂ ତାକୁ ଚଲାଇବାରେ ସୋନି ବହୁତ ବଡ ଖିଲାଡି। ଆଉ ଏବେ ଏହି ଦୁଇ କମ୍ପାନୀର ମିଳିତ ପ୍ରୟାସରେ ଆଧୁନିକ ବାହନ ଗୁଡିକରେ ନୂଆ ଲୁକ୍‌ ଆଉ ଫିଚର୍ସ ଦେଖିବାକୁ ମିଳିବ। ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଇଲେକଟ୍ରିକ ବାହନରେ ନୂଆ ରୂପ ଦେଖିବାକୁ ମିଳିବା ସହିତ ଫାଇଦା ଦେଖିବାକୁ ମିଳିବ।

ପାର୍ଟନରସିପ୍‌ ଏବଂ ନୂଆ କମ୍ପାନୀ ଅନୁଯାୟୀ ଇଭି ବା ଇଲେକଟ୍ରିକ ଭେଇକିଲକୁ ବିକ୍ରି କରିବା ଏବଂ ଡେଭଲପ୍‌ କରିବା ପ୍ରୟାସ ୨୦୨୫ ପର୍ଯ୍ୟନ୍ତ ଜାରୀ ରହିବ। କାହିଁକିନା ନୂଆ କମ୍ପାନୀ ସ୍ଥାପନା ଏବଂ ବ୍ୟବସାୟ ଆରମ୍ଭ କରିବା ପାଇଁ ଏବେବି ପ୍ରାସଙ୍ଗିତ ନିୟମର ଅନୁମୋଦନ ଆବଶ୍ୟକ ରହିଛି। କିନ୍ତୁ ତଥାପି ଏହା ସୋନି ଏବଂ ହୋଣ୍ଡା ଉଭୟ କମ୍ପାନୀ ପାଇଁ ଏକ ନୂଆ ପ୍ରୟାସ ହୋଇପାରେ। ଆଉ ଇଲେକଟ୍ରିକ ଭେଇକିଲ ଯୁଗରେ ଏହା ବହୁତ ବଡ ନେତୃତ୍ୱ ନେଇପାରେ।

ତେଣୁ ଯଦି ଆପଣ ଆଗକୁ କାର କିଣିବା ପାଇଁ ପ୍ଲାନ କରିଛନ୍ତି ତାହେଲେ ଟିକେ ଅପେକ୍ଷା କରିନିଅନ୍ତୁ। କାହିଁକିନା ବହୁତ ଜଳଦି ସୋନି ଓ ହୋଣ୍ଡା ଇଲେକଟ୍ରିକ କାର ମାର୍କେଟକୁ ଆସିପାରେ। ଆଉ ଆପଣ ଏକଦମ୍‌ ବେଷ୍ଟ ଫିଚର୍ସ ସହିତ ଷ୍ଟାଇଲିସ ଲୁକ୍‌ ପାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.