ପେଟ ଗରମ ହୋଇଯାଇଛି କି, ତେବେ ତୁରନ୍ତ ଆରାମ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଏବେ ଗରମ ବଢ଼ି ବଢ଼ି ଚାଲିଛି । ଲୋକେ ଅସହ୍ୟ ଗୁଳୁଗୁଳି ଆଉ ଗରମରେ ଏକଦମ୍‌ ବ୍ୟସ୍ତ ହୋଇପଡୁଛନ୍ତି । ପୁଣି ତାସହିତ ପେଟ ଗରମ ସମସ୍ୟା । ଗରମ ଦିନରେ କିଛି ଲୋକଙ୍କର ପେଟ ଗରମ ସମସ୍ୟା ଦେଖାଯାଏ । ଯାହା ତାଙ୍କୁ ବହୁତ ଯନ୍ତ୍ରଣା ଦେଇଥାଏ । ଏମିତି ତ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାଗୁଡ଼ିକରେ ପେଟ ଗରମ ହେବା ଏକ ସାଧାରଣ କଥା । କିନ୍ତୁ ପେଟ ଗରମ ଯୋଗୁଁ କୋଷ୍ଠକାଠିନ୍ୟ, ଝାଡ଼ା ହେବା, ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ ।

ଯଦି ଆପଣ ପେଟ ଗରମ ଯୋଗୁଁ ଅସୁବିଧାରେ ପଡ଼ନ୍ତି । ତେବେ ଏଥିରୁ ଉପଶମ ପାଇବା ପାଇଁ କିଛି ଘରୋଇ ଉପଚାର କରିପାରିବେ । ଯାହାଦ୍ୱାରା ପେଟ ଗରମକୁ ମୁକ୍ତି ମିଳିବ ଆଉ ଆରାମ ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା ପେଟ ଗରମରୁ ଉପଶମ ପାଇବା ପାଇଁ କେଉଁ କେଉଁ ଘରୋଇ ଉପଚାରକୁ ଆପଣାଇବା ଉଚିତ।

ପ୍ରଥମେ ପାଦକୁ ଥଣ୍ଡା ପାଣିରେ ରଖନ୍ତୁ । ପାଦକୁ ଥଣ୍ଡା ପାଣିରେ ରଖିବା ଦ୍ୱାରା ଆରାମ ମିଳିଥାଏ । ଏକ ବାଲ୍ଟି ପାଣିନେଇ ବରଫ କ୍ୟୁବ୍ ମିଶାଇ ସେଥିରେ କିଛି ସମୟ ପାଇଁ ପାଦକୁ ବୁଡ଼ାଇ ରଖିଲେ ଏହା ଆପଣଙ୍କୁ ବହୁତ ଆରାମ ଦେବ ।

ପେଟର ଗରମକୁ ତୁରନ୍ତ କମାଇବା ପାଇଁ ପେଟରେ ଆଲୋ ଭେରା ଜେଲ ଲଗାନ୍ତୁ । ଆଲୋ ଭେରା ଜେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଏହା ମଧ୍ୟ ପେଟ ଗରମରୁ ଉପଶମ ଦେବ ।

ଏଥିସହିତ ପାଣି ପର୍ଯ୍ୟାପ୍ତ ମାତ୍ରାରେ ପିଅନ୍ତୁ । ଶରୀରରୁ ପାଣିର ମାତ୍ର କମ୍‌ ରହିଲେ ଏହା ଆପଣଙ୍କ ଶରୀରକୁ ଡିହାଇଡ୍ରେଟ୍‌ କରିଦେଇଥାଏ । ଏମିତିରେ ପେଟ ଗରମ ସମସ୍ୟା ଦେଖାଦେଲେ ଆପଣ ପାଣି ବି ପ୍ରଚୁର ମାତ୍ରାରେ ପିଇବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.