ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କିଏ କେଉଁଠାକୁ ହେଲେ ବଦଳି
କେନ୍ୟୁଜ୍(ବ୍ୟୁରୋ): ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହେଲେ ଭୁବନେଶ୍ବର ମ୍ୟୁନିସପାଲ କର୍ପରେସନର କମିଶନର । ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମ ଜିଲ୍ଲାପାଳ ହୋଇଛନ୍ତି । ସିଏମସି କମିଶନର ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ। ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ ମିଳିଛି। ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି।
ନଜର ପକାନ୍ତୁ କିଏ କେଉଁଠାକୁ ବଦଳି ହେଲେ:-
୧-ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଏମସି କମିଶନର ନିଯୁକ୍ତ ହୋଇଛନ୍ତି।
୨-ନିଖିଲ ପବନ କଲ୍ଯାଣ ସିଏମସି କମିଶନର ହୋଇଛନ୍ତି।
୩-ସମ୍ବଳପୁର ଜିଲ୍ଲା ପାଳ ଦାୟିତ୍ବ ତୁଲାଇବେ ଅନନ୍ୟା ଦାସ।
୪-ଜେ.ସୋନାଲ ବ୍ରହ୍ମପୁର ମହାନଗର ନିଗମ କମିଶନର ଦାୟିତ୍ବ ତୁଲାଇବେ।
୫-ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ହେଲେ ଜଳ ସଂପଦ ଯୁଗ୍ମ ସଚିବ।
୬-ଗାଭାଲି ପରାଗ ହର୍ଷଦଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ବ ତୁଲାଇବେ।
୭-ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ୱର ଜିଲ୍ଲାପାଳ।
୮-ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲ୍ଲାପଳ।
୯-ସ୍ୱଧା ଦେବସିଂ ହେଲେ ରାୟଗଡ଼ା ଜିଲ୍ଲାପାଳ ।
୧୦-ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଂଜାମ ଜିଲ୍ଲାପାଳ ।
୧୧-ସିଦ୍ଧେଶ୍ୱର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲ୍ଲାପାଳ।
୧୨-କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଖୋର୍ଦ୍ଧା ଜିଲାପାଳ।
୧୩-କନ୍ଧମାଳ ଜିଲାପାଳ ହେଲେ ଓଏସଏମ୍ସିଏଲ ପରିଚାଳନା ନିର୍ଦେଶକ।
୧୪- ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର।
୧୫-ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲାପାଳ। ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲାପାଳ।
୧୬-ମଧୁସ୍ମିତା ସାହୁଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଦାୟିତ୍ବ ମିଳିଛି।
୧୭-ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ।
୧୮-ତ୍ରିଲୋଚନ ମାଝୀ ହେଲେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ।
୧୯-ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦେଶକଦାୟିତ୍ବ ମିଳିଛି।
୨୦-କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ।
୨୧-ସଂଗ୍ରମା ମହାପାତ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ ଦାୟିତ୍ବ ତୁଲାଇବେ।
୨୨-ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ।
୨୩-ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ।