ଆଶ୍ଚର୍ଯ୍ୟ ଲାଗୁଥିବେ ବି ସତ, ପୂଜା ଘର ଠାକୁର ଆମ୍ବ ଗଛକୁ ଆସିଲେ କେମିତି ?

କଣ୍ଟାମାଳ (କେନ୍ୟୁଜ) : କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ନ ମାନିଲେ ପଥର। ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖେଇବୁ ଯାହା ଆପଣ ବି ଦେଖି ଚକିତ ହେଇଯିବେ। ଆଉ ଯଦି ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି ଆପଣ ବି ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ।

ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ବାଉଁଶୁଣି ବସ୍ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲଙ୍କ ଘରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା। ଯେଉଁ ଦୃଶ୍ୟ ଆପଣଙ୍କୁ ଭାବିବା ପାଇଁ ବାଧ୍ୟ କରିଦେବ କଣ ସତରେ ଏପରି ଅଲୌକିକ ଘଟଣା ଘଟିପାରେ। ଲଳିତ ସକାଳୁ ନିଜର ନିତ୍ୟକର୍ମ ସାରିବା ପରେ ପ୍ରତିଦିନ ପରି ଠାକୁର ପୂଜା ସାରି ନିଜର ବ୍ୟବସାୟକୁ ଚାଲି ଯାଇଥିଲେ। ଘରେ ତାଙ୍କ ସ୍ତ୍ରୀ ସଙ୍ଗୀତା ମଧ୍ୟ ପିଲାଙ୍କୁ କୋଚିଙ୍ଗ ସାରିବା ପରେ ନିଜ ସ୍ବାମୀଙ୍କୁ ଜଳଖିଆ ଖାଇବା ପାଇଁ ଡାକିଥିଲେ ହେଲେ ଲଳିତ ଘରକୁ ଆସି ଦେଖିବା ବେଳକୁ ଘରର ବିଭିନ୍ନ ସ୍ଥାନରେ ତୁଳସୀ ପତ୍ର ପଡ଼ିଥିବାର ଦେଖିଥିଲେ। ଠାକୁର ଘରେ ଭଗବାନ ଶ୍ରୀକୃଷ୍ଣ ନଥିବା ଦେଖି ଘରର ଚାରିପଟେ ଖୋଜିବାରେ ଲାଗିଥିଲେ ପୁରା ପରିବାର। ହେଲେ ହଠାତ୍ ତାଙ୍କ ଝିଅ ବାରିପଟ ଆମ୍ବ ଗଛରେ ବସିଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ ।

ଚାହୁଁ ଚାହୁଁ ଘଟଣାଟି ଚାରିଆଡେ ପ୍ରଘଟିତ ହୋଇଗଲା। ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼ । ବର୍ତ୍ତମାନ ଆଧୁନିକ ଯୁଗରେ ହୁଏତ କିଏ ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ପରିବାର ଲୋକଙ୍କ କହିବା ଅନୁଯାୟୀ ଲଳିତଙ୍କ କେବଳ ଦୁଇଟି ଝିଅ, ନିଜର ପୁଅ ନଥିବାରୁ ଠାକୁର ଘର ଶ୍ରୀକୃଷ୍ଣ ଭଗବାନଙ୍କୁ ନିଜ ପୁଅ ଭଳି ମାନନ୍ତି ତାଙ୍କ ସ୍ତ୍ରୀ ସଙ୍ଗୀତା । ଯାହାକି ଆଜି ଏ ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ କେତେବେଳେ ରୋଷେଇ ଘର ତ ଆଉ କେତେବେଳେ ଘରର ବିଭିନ୍ନ ସ୍ଥାନରେ ଦେଖାଦିଅନ୍ତି ଭଗବାନ ଶ୍ରୀକୃଷ୍ଣ । ଯାହାକି ସଙ୍ଗୀତାଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ଏଭଳି ଲୀଳା ଖେଳା କରୁଥିବା କହିଛନ୍ତି । ଆଉ ଏବେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସତରେ ଆଧୁନିକ ଯୁଗରେ ବି ଏପରି ବିଶ୍ୱାସ ଲୋକଙ୍କ ପାଇଁ ରୋଚକ ସୃଷ୍ଟି କରିପାରିଛି ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିବା ପାଇଁ ସେଠାରେ ଦେଖିବାକୁ ଯେପରି ଗହଳି ଲାଗିଥିଲା ଭଗବାନଙ୍କ ପ୍ରତି ଭକ୍ତର ପ୍ରେମ ଆଉ ବିଶ୍ୱାସ ଜଣାପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.