୩ ମହାନଗର କମିଶନରଙ୍କୁ ବଦଳି କଲେ ରାଜ୍ୟ ସରକାର
କେନ୍ୟୁଜ୍(ବ୍ୟୁରୋ): ବଦଳିଲେ ୩ ମହାନଗର ନିଗମ କମିଶନର। ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ପାଇଁ ନୂଆ କମିଶନରଙ୍କୁ ନିଯୁକ୍ତି ମିଳିଛି । ବିଏମ୍ସି କମିଶନର ହେଲେ ବିଜୟ ଅମୃତ କୁଲାଙ୍ଗେ । ସେ ଗଞ୍ଜାମ ଜିଲ୍ଲାପାଳ ଥିଲେ। ସେହିପରି ସିଏମ୍ସି କମିଶନର ଭାବରେ ନିଖିଲ ପଓ୍ଵନ କଲ୍ୟାଣଙ୍କୁ ନିଯୁକ୍ତି ମିଳିଛି । ସେ ସୁନ୍ଦରଗଡ଼ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ । ସିଏମସି କମିଶନର ଥିବା ଅନନ୍ୟା ଦାସ ହୋିଛନ୍ତି ସମ୍ବଲପୁର ଜିଲ୍ଲାପାଳ ।
ସେହିପରି ବଦଲିଲେ ବ୍ରହ୍ମପୁର ମହାନଗର ନିଗମ କମିଶନର । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର । ସେ ଗୁଣୁପୁର ଉପଜିଲ୍ଲାପାଳ ଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର ଥିବା ସିଦ୍ଦେଶ୍ୱର ବଳିରାମ ବୋନ୍ଦରଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବରେ ବଦଳି କରାଯାଇଛି ।