Below header

ଆରମ୍ଭ କରନ୍ତୁ ଚପଲ ତିଆରି ବ୍ୟବସାୟ, ପ୍ରତି ମାସରେ ହେବ ୧.୫ ଲକ୍ଷ ଟଙ୍କା ରୋଜଗାର

ଯଦି ଆାପଣ ଘରେ ବସି କମ୍ ଟଙ୍କାରେ ଅଧିକ ଲାଭବାନ୍ ହେବାପାଇଁ ଭାବୁଛନ୍ତି ତେବେ ଚପଲ ତିଆରି କରିବାର ବ୍ୟବସାୟ ଆପଣଙ୍କ ପାଇଁ ବହୁତ ବଢିଆ ମୌକା ହେବ । ଏହି ବ୍ୟବସାୟର ଖାସ୍ କଥା ହେଉଛି କି ଗାଁ ହେଉ ଅବା ସହର ସବୁ ସ୍ଥାନରେ ଚପଲର ଡିମାଣ୍ଡ ରହିଥାଏ । ସେଥିପାଇଁ ଆପଣଙ୍କୁ ନିଜର ପ୍ରଡକ୍ଟ ବିକିବାରେ କୌଣସି ସମସ୍ୟା ଉପୁଜିବନାର୍ହିଁ ।

xଆପଣ ଏହି ବ୍ୟବସାୟକୁ କୌଣସିବି ଛୋଟ ଜାଗାରେ ଆରମ୍ଭ କରିପାରିବେ । ଏବଂ ଏହାର ଡିମାଣ୍ଡ ବଢିବା ସଙ୍ଗେ ସଙ୍ଗେ ଆପଣ ଏହି ବ୍ୟବସାୟକୁ ସମୟ ଅନୁସାରେ ବଢାଇପାରିବେ । ତେବେ ଅତି କମ୍ ରେ କହିବାକୁ ଗଲେ ଏହି ବ୍ୟବସାୟରେ ୨ଲକ୍ଷ ଟଙ୍କା ପ୍ରଥମେ ଲଗାଇବାକୁ ପଡିବ । ଯଦି ଏହି ବ୍ୟବସାୟରେ ଆପଣ ତିଷ୍ଠି ଗଲେ ତେବେ ମାସକୁ ଆପଣ ଦେଢଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଇନକମ୍ କରିପାରିବେ ।

ଆସନ୍ତୁ ଜାଣିବେ ଏହି ବ୍ୟବସାୟରେ ଜଡିତ କିଛି କଥା :

slipperବ୍ଯବସାୟ ଆରମ୍ଭ କରିବା ପାଇଁ ଜରୁରୀ ସାମଗ୍ରୀ:

୧-ସୋଲ୍ କଟିଙ୍ଗ ମେସିନ୍: ୭୦ ହଜାରରୁ ଆରମ୍ଭ

୨-ସୋଲ୍ ପ୍ରିଣ୍ଟିଙ୍ଗ ମେସିନ୍: ୨୦ ହଜାରରୁ ଆରମ୍ଭ

୩-ଗ୍ରାଇଣ୍ଡିଙ୍ଗ ମେସିନ୍: ୮ ହଜାରରୁ ଆରମ୍ଭ

କେଉଁଠାରୁ ନେବେ ଟ୍ରେନିଙ୍ଗ୍?

ମିଶନ୍ ସାହାର‌୍ୟ୍ୟରେ ଆପଣ ସହଜରେ ତିଆରି କରିପାରିବେ ଚପଲ । ଯଦି ଆପଣ ଏହି ବ୍ୟବସାୟରେ ପ୍ରବେଶ କରିବା ପୂର୍ବରୁ ଟ୍ରେନିଙ୍ଗ୍ ନେଇଯିବେ ତାହାହେଲେ ଏହା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଟ୍ରେନିଙ୍ଗ୍ ପାଇଁ ଆପଣ ଗ୍ରାମ୍ୟ ଉଦ୍ୟୋଗିଙ୍କ ସହିତ ସମ୍ପର୍କ କରିପାରିବେ। ଆପଣ kvic.org.in ରେ ଭିଜିଟ୍ କରି ଟ୍ରେନିଙ୍ଗ୍ ସହିତ ଜଡିତ କିଛି ସୂଚନା ସମ୍ପର୍କରେ ଜାଣିପାରିବେ । ଏହାବ୍ୟତିତ ଆପଣ କ୍ଷେତ୍ରର ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ସହିତ ମଧ୍ୟ ସମ୍ପର୍କ କରିପାରିବେ। ଏଠାରେ ଆପଣଙ୍କୁ ଟ୍ରେନିଙ୍ଗ୍ ଏବଂ ବ୍ୟବସାୟ ସହିତ ଜଡିତ ସବୁ ପ୍ରକାରର ସୂଚନା ମିଳିଯିବ ।

b

କେଉଁଠାରୁ କିଣିବେ ର’ମ୍ୟାଟେରିଆଲ୍?

ଆପଣ ନିଜର ଆଖପାଖରେ ଥିବା ବଡ ବଡ ଇଣ୍ଡଷ୍ଟ୍ରିଆଲ୍ କ୍ଷେତ୍ର ଯେମିତିକି ୟୁପି ର କାନପୁର, ଗାଜିଆବାଦ୍, ପଞ୍ଜାବରେ, ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର ସହର ମାନଙ୍କରେ ମେସିନ୍ ଏବଂ ର’ମ୍ୟାଟେରିଆଲ  କିଣିପାରିବେ ।

ଯଦି ଆପଣଙ୍କୁ ଏହି ବିଷୟରେ କୌଣସି ଧାରଣା କିମ୍ବା ସୂଚନା ମିଳୁନାହିଁ, ତେବେ ଆପଣ ଅଲୀବାବା ହୋଲସେଲ୍ ଏବଂ ଇଣ୍ଡିଆ ମାର୍ଟ ପରି ୱେବସାଇଟ୍ ସାହାର‌୍ୟ୍ୟରେ ସହଜରେ ମେସିନ୍ ଏବଂ ର’ମ୍ୟାଟେଲିଆଲ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.