ରୋମାଣ୍ଟିକ୍ ମୁଡରେ ମେରି କମ୍ , ମୁଥ ମାରି ପ୍ରତିଦ୍ବନ୍ଦ୍ବୀଙ୍କ ମୁହଁ ସେଟ୍ କରୁଥିବା ଷ୍ଟାର୍ ବକ୍ସରଙ୍କ ମୁହଁରୁ ଶୁଣନ୍ତୁ ସୁମଧୁର ଗୀତ

ହାତରେ ମୁଥ ମାରି ପ୍ରତିଦ୍ବନ୍ଦ୍ବୀଙ୍କ ମୁହଁ ସେଟ୍ କରିଦେଉଥିବା ମେରି କମ ନିଜ ମୁହଁରେ ଗାଇଛନ୍ତି ଏକ ସୁନ୍ଦର ରୋମାଣ୍ଟିକ୍ ଗୀତ । ହୁଏତ ଆପଣଙ୍କୁ ଏହା ଅବିଶ୍ବସନୀୟ ଲାଗିପାରେ । କିନ୍ତୁ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ସୁପରମମ୍ ମେରି କମଙ୍କୁ ପ୍ରଶଂସା ନକରି ରହିପାରିବେନି ।

ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନିଜ ଟ୍ବିଟରରେ ସେୟାର୍ କରିଛନ୍ତି ମେଜର୍ ଡିପି ସିଂହ । ଯେଉଁଥିରେ ଦେଖିବାକୁ ମିଳିଛି ବଲିଉଡର ଲୋକପ୍ରିୟ ଗୀତ ଅଜିବ୍ ଦାସ୍ତା ହୈ ୟେ, କାହାଁ ସୁରୁ କାହାଁ ଖତମ୍ କୁ ଖୁବ୍ ସୁନ୍ଦର ଭାବରେ ଅତ୍ୟନ୍ତ ରୋମାଂଟିକ୍ ଅନ୍ଦାଜରେ ବୋଲିଛନ୍ତି ମେରି କମ୍ ।

ଭିଡିଓକୁ ସେୟାର୍ କରି ମେଜର୍ ଲେଖିଛନ୍ତ, ଯଦି ଇଏ ଶକ୍ତ ତେବେ ଇଏ ସଫ୍ଟ ଏବଂ ରୋମାଣ୍ଟିକ୍ ମଧ୍ୟ । ଭଗବାନ୍ ସର୍ବଦା ଆପଣଙ୍କ ମଙ୍ଗଳ କରନ୍ତୁ ସୁପର ଲେଡି ।

ସୂଚନାଯୋଗ୍ୟ, ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ବକ୍ସର ମେରି କମ୍‌ । ମହିଳା ବିଶ୍ୱ କପ୍‌ରେ ଷଷ୍ଠ ଥର ହାସଲ କରିଛନ୍ତି ବିଶ୍ୱ ଟାଇଟଲ । ୪୮ କିଲୋଗ୍ରାମ ବର୍ଗରେ ସେ ୟୁକ୍ରେନର ହେନା ଓଖୋଟାଙ୍କୁ ହରାଇ ଚାମ୍ପିଅନ ହୋଇଛନ୍ତି । ୩୫ ବର୍ଷୀୟ ମେରି କମ୍‌ ଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଏକ ତରଫା ଭାବେ ୫-୦ ରେ ମ୍ୟାଚ୍‌  ଜିତି ନେଇଥିଲେ। ହେନା ଓଖୋଟାଙ୍କୁ ୨୨ ବର୍ଷ। ତାଙ୍କଠାରୁ ୧୩ ବର୍ଷ ଅଧିକ ବୟସ୍କ ମେରି କମ୍‌। ତଥାପି ଯୁବ ଖେଳାଳିଙ୍କୁ ହରାଇ ତାଙ୍କ ବକ୍ସିଂ ପ୍ରତି ଥିବା ନିଷ୍ଠା ଓ ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

ପୂର୍ବରୁ ମେରି କମ୍‌  ୫ ଥର ବିଶ୍ୱ ଚାମ୍ପିଅନ ଥିଲେ। ୨୦୧୦ରେ ଶେଷ ଥର ପାଇଁ ଜିତିଥିଲେ ସ୍ୱର୍ଣ୍ଣ। ଏହାସହ ୨୦୦୨, ୨୦୦୫, ୨୦୦୬ ଓ ୨୦୦୮ରେ ଜିତିଥିଲେ ସ୍ୱର୍ଣ୍ଣ ପଦକ। ଏହି ବିଜୟ ସହ ମହିଳା ବକ୍ସିଂରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ମେରି କମ୍‌ । ଆୟରଲାଣ୍ଡର କେଟି ଟେଲରଙ୍କ ୫ ଥରର ବିଶ୍ୱ ଚାମ୍ପିଅନ ହେବାର ରେକର୍ଡ ଭାଙ୍ଗିଛନ୍ତି । ଏହାସହ ବିଶ୍ୱ ଚାମ୍ପିଅନ ଇତିହାସରେ ପୁରୁଷ ବକ୍ସର ଫେଲିକ୍ସ ସେଭେନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେଭେନ ମଧ୍ୟ ଛଅ ଥର ବିଶ୍ୱ ଚାମ୍ପିଅନ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.