Below header

ଚୀନ୍‌ରେ ବଡ଼ ଧରଣର ବିସ୍ଫୋରଣ, ୨୨ ଜଣଙ୍କ ମୃତ୍ୟୁ

ବେଜିଂ : ଉତ୍ତର ଚୀନ୍‌ର ଝାନଜିଆକୋଉ ସହରରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ୨୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସହରରରେ ଥିବା ହିବେଇ ସେନଗୁହା କେମିକାଲ ଫ୍ୟାକଟ୍ରିରେ ଏହି ବିସ୍ଫୋରଣ ହୋଇଛି ।

CHAINA BLAST-1

ଏଥିରେ ୫୦ରୁ ଅଧିକ କାର୍‌ ଓ ବାଇକ୍‌ ମଧ୍ୟ ଜଳି ଯାଇଛି । ସ୍ଥାନୀୟ ପୋଲିସ୍‌ ଘଟଣାର ତଦନ୍ତ କରୁଛି । ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ । ଚୀନ୍‌ ରାଜଧାନୀ ବେଜିଂ ଠାରୁ ୧୫୬ କିଲୋମିଟର ଦୂରରେ ରହିଛି ଏହି ସହର । ଅବଶ୍ୟ ବିସ୍ଫୋରଣ ପରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣା ସ୍ଥଳରେ ନିଆଁ ଲିଭାଇବା କାର୍ଯ୍ୟ କରିଥିଲେ । ତଥାପି ଅନେକ ଯାନବାହନକୁ ରକ୍ଷା କରି ପାରିନଥିଲେ । ଏପଟେ ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ରଖି ଚିକିତ୍ସା କରାଯାଉଛି ।

CHAINA BLAST-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.