ପୁଣି ଧମାକା କଲା ଜିଓ , ମାଗଣା ଦେଉଛି ୧୦ ଜିବି ଡାଟା

ଗୋଟିଏ ପରେ ଗୋଟିଏ ଦମଦାର୍ ଅଫର ଆଣୁଛି ଜିଓ । କିଛି ଦିନ ପୂର୍ବେ ଦ୍ବିତୀୟ ବାର୍ଷିକି ଅବସରରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା ମାଗଣା ଦେଇଥିଲା କମ୍ପାନୀ । ଏହା ପରେ ୫ ଟଙ୍କା କିମ୍ବା ତାଠାରୁ ଅଧିକ ଦାମର କ୍ୟାଡବରୀ ଚକଲେଟରେ ଗ୍ରାହକଙ୍କୁ ମିଳୁଥିଲା ପ୍ରତିଦିନ ୧ ଜିବି ଡାଟା । ଏବେ ପୁଣି ଥରେ ସେଲିବ୍ରେସନ୍ ପ୍ୟାକ୍ ଅନୁଯାୟୀ ନିଜ ଗ୍ରାହକଙ୍କୁ ୧୦ ଜିବି ଡାଟା ମାଗଣା ଦେଉଛି ଜିଓ ।

ଏହି ସେଲିବ୍ରେସନ୍ ଅଫର୍ ଜରିଆରେ ଗ୍ରାହକଙ୍କୁ ୫ ଦିନ ଯାଏଁ ପ୍ରତିଦିନ ୨ ଜିବି ଡାଟା ମିଳିବ । ଏହି ହିସାବରେ ଆପଣଙ୍କୁ ୧୦ ଜିବି ଡାଟା ସମ୍ପୂର୍ଣ୍ଣ ମାଗଣା ମିଳିବ ।

କେମିତି ଜାଣିବେ ଆପଣଙ୍କୁ ଏହି ମାଗଣା ଡାଟା ମିଳିଛି କି ନାହିଁ :

jioଯଦି ଫୋନରେ ମାଇ ଜିଓ ଆପ୍ ନାହିଁ ତେବେ ସର୍ବପ୍ରଥମେ ନିଜ ଫୋନରେ ମାଇ ଜିଓ ଆପ୍ ଡାଉନଲୋଡ୍ କରନ୍ତୁ । ଏହା ପରେ ମାଇ ପ୍ଲାନ୍ ବିକଳ୍ପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ଆପଣଙ୍କ ପ୍ଲାନ୍ ସହ ମିଳିଥିବା ୨ ଜିବି ମାଗଣା ଡାଟା ଦେଖାଯିବ । ତେବେ ଏହି ଅଫର୍ ସବୁ ଗ୍ରାହକଙ୍କୁ ନୁହେଁ ମାତ୍ରେ ଅଳ୍ପ କିଛି ଜଣଙ୍କୁ ମିଳିବ । ଏମିତି ବି ହୋଇପାରେ ଆପଣଙ୍କୁ ଏହି ଅଫର୍ ନମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.