Below header

Tata ହାରିୟରର ଫେସଲିଫ୍ଟ ଭିଡିଓ ଇଣ୍ଟରନେଟରେ ହେଲା ଭାଇରାଲ, ଦେଖନ୍ତୁ କଣ ରହିଛି ନୂଆ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏହି ଲୋକପ୍ରିିୟ ମଡେଲର ଫେସଲିଫ୍ଟକୁ ବିକସିତ କରୁଛି ଏବଂ ସାରା ଦେଶରେ ଏହାର ଟେଷ୍ଟିଙ୍ଗ ଦେଖିବାକୁ ମିଳୁଛି । ନିକଟରେ ଜଣେ ଡିଜିଟାଲ କଳାକାର ସ୍ପାଇ ସଟ୍ସ ଆଧାରରେ ଟାଟା ହାରିୟର ଡିଜାଇନକୁ ଅନୁମାନ ଲଗାଇଥିଲେ ।

ଟାଟା ମୋଟର୍ସର ମିଡିୟମ ସାଇଜ୍‌ ହାରିୟର ଏସୟୁଭି ଦେଶରେ କମ୍ପାନୀ ଦ୍ୱାରା ଲଞ୍ଚ୍‌ କରାଯାଇଥିବା ଲୋକପ୍ରିୟ ମଡେଲ ମଧ୍ୟରୁ ଗୋଟିଏ । ସେହିପରି ଏହାର ବହୁ ପ୍ରତୀକ୍ଷିତ ADAS ସୁବିଧା ଏବଂ ଏକ ନୂଆ ଡାର୍କ ରେଡ ସଂସ୍କରଣ ମଧ୍ୟ ପ୍ରାପ୍ତ ହୋଇଛି । ଯଦିଓ ଏହି ଅପଡେଟ ପରେ ମଧ୍ୟ ଏହା ଧ୍ୟାନ ରଖିବା ଜରୁରୀ ଯେ ମଡେଲ କିଛି ସମୟ ଧରି ବଜାରରୁ ବାହାରେ ଅଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏହି ଲୋକପ୍ରିିୟ ମଡେଲର ଫେସଲିଫ୍ଟକୁ ବିକସିତ କରୁଛି ଏବଂ ସାରା ଦେଶରେ ଏହାର ଟେଷ୍ଟିଙ୍ଗ ଦେଖିବାକୁ ମିଳୁଛି । ନିକଟରେ ଜଣେ ଡିଜିଟାଲ କଳାକାର ସ୍ପାଇ ସଟ୍ସ ଆଧାରରେ ଟାଟା ହାରିୟର ଡିଜାଇନକୁ ଅନୁମାନ ଲଗାଇଥିଲେ ।

ଟାଟା ହାରିୟର ଫେସଲିଫ୍ଟ ରେଣ୍ଡରିଙ୍ଗର ନୂଆ ୟୁଟ୍ୟୁବ୍‌ ଭିଡିଓ ବାଗ୍ରାଓ୍ଵାଲା ଡିଜାଇନ୍ସ ନିଜର ଚ୍ୟାନେଲରେ ଅପଲୋଡ କରିଛନ୍ତି । ଅନ୍ଧାରରେ ଏସୟୁଭି ସାମ୍ନା ଭାଗକୁ ଦେଖାଇବ , ଯେଉଁଠି କେବଳ LED DRL ଦେଖାଯାଉଛି । ଏହାପରେ ଭିଡିଓ ଏସୟୁଭିର ସାମ୍ନା ଭାଗର ବାକି ଅଂଶକୁ ଦେଖାଉଛି ।

ତେବେ କହିରଖିବାକୁ ଚାହିଁବୁ ଯେ ଗ୍ରିଲ୍ସ ଏବଂ ହେଡଲାଇଟ ସହିତ ଏହାକୁ ଏକଦମ୍‌ ନୂଆ ଲୁକ୍‌ ଦିଆଯାଇଛି । ସେହିପରି ରାଣ୍ଡର କରାଯାଇଥିବା ଫେସଲିଫ୍ଟ ଭର୍ସନରେ ଅଧିକ ଆଗ୍ରେସିଭ ଏବଂ ଅପରାଇଟ ହେଡଲାଇଟ ସେଟଅପ୍‌ ମଧ୍ୟ ମହଜୁଦ୍‌ ରହିଛି । କେବଳ ଏତିକି ନୁହେଁ, ଫ୍ରଣ୍ଟ ବମ୍ପର ତଳେ ଥିବା ଭାଗରେ ସିଲଭର ସ୍କ୍ଵିଡ ପ୍ଲେଟ କଳା ରଙ୍ଗର କ୍ଲାଉଡିଙ୍ଗ ମଧ୍ୟ ଦେଖାଉଛି । ଏସୟୁଭିର ଓଭରଅଲ ଫ୍ରଣ୍ଟ, କିଛି ଡିଟେଲ୍ସକୁ ଛାଡିବା ପରେ ବର୍ତ୍ତମାନର ମଡେଲ ଭଳି ହିଁ ଦେଖାଯାଉଛିି ।

ହାରିୟର ଫେସଲିଫ୍ଟ ସହ ଜଡିତ ସୂଚନା ମୁତାବକ ଟାଟା ମୋଟର୍ସ ଦ୍ୱାରା ନିକଟରେ ଲଞ୍ଚ୍‌ କରାଯାଇଥିବା ୧.୫ ଲିଟର ଟିଜିଡିଆଇ ପେଟ୍ରୋଲ ପାଓ୍ଵାରପ୍ଲାଣ୍ଟ ସହିତ ହାରିୟର ଫେସଲିଫ୍ଟ ଲଞ୍ଚ୍‌ କରାଯିବ ବୋଲି ଆଶା କରାଯାଉଛିି । ତେବେ ଏହି ୪ ସିଲିଣ୍ଡର ଟର୍ବୋ ପେଟ୍ରୋଲ ଇଞ୍ଜିନକୁ କମ୍ପାନୀ ଦ୍ୱାରା ୨୦୨୩ ଦିଲ୍ଲୀ ଅଟୋ ଏକ୍ସପୋ ସମୟରେ ଅଫିସିଆଲ ଭାବେ ପ୍ରଦର୍ଶନ କରାଯାଇଥିଲା । ଏହି ନୂଆ ମୋଟର ୨୦୦୦ ରୁ ୩,୫୦୦ ଆରପିଏମ ମଧ୍ୟରେ ୨୮୦ ଏନଏମ ପିକ୍‌ ଟର୍କ ଜେନେରେଟ କରିଥାଏ ଏବଂ ୫୦୦୦ ଆରପିଏମରେ ୧୭୦ ବିଏଚପି ପାଓ୍ଵାର ଆଉଟପୁଟ ସୃଷ୍ଟି କରିଥାଏ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟାଟା ମୋଟର୍ସ ଗୋଟିଏ ପେଟ୍ରୋଲ ଇଞ୍ଜିନ ସହିତ ସଂଶୋଧିକ Safari ଏବଂ ଆଗାମୀ ମିଡିୟମ ରେଞ୍ଜର ଟାଟା କର୍ଭ ପ୍ରଦାନ କରିବ । ଏହା ମଧ୍ୟ ଅନୁମାନ ଲଗାଯାଉଛି ଯେ ଏହାର ବ୍ୟବହାର Tata Sierra ର ୨୦୨୫ ନିର୍ଦ୍ଧାରିତ ଆଇସିଇ ସଂସ୍କରଣରେ ଲଞ୍ଚ୍‌ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.