Below header

Tata Sky ଲଂଚ୍ କଲା ଫାୟାର୍ ଷ୍ଟିକ୍, ମାତ୍ର ୨୪୯ ଟଙ୍କାରେ ବିନା ସେଟଅପ୍ ବକ୍ସରେ ଦେଖନ୍ତୁ ଟିଭି

ଯଦି ଆପଣଙ୍କ ଘରେ ଟିଭି ଅଛି ଆଉ ଆପଣ ଟାଟା ସ୍କାଏର ଫ୍ୟାନ୍ ତେବେ କମ୍ପାନୀ ଆପଣଙ୍କ ପାଇଁ ଆଣିଛି ଏକ ନୂଆ ଉପହାର । ନିଜର ସୁବିଧାକୁ ଆଗକୁ ବଢାଇବା ଟାଟା ସ୍କାଏ ଲଂଚ୍ କରିଛି Tata Sky Binge। ଯାହା ସାହାଯ୍ୟରେ ଆପଣ ଆମାଜନ ଫାୟାର୍ ଟିଭି ଷ୍ଟିକ୍ ଜରିଆରେ ବିନା ସେଟଅପ୍ ବକ୍ସରେ ଟିଭି ଦେଖି ପାରିବେ । ଆସନ୍ତୁ ଜାଣିବା କଣ ଏହି Tata Sky Binge ।

ସର୍ବପ୍ରଥମେ ଆପଣଙ୍କୁ ଜଣାଇଦେବୁ ଆମାଜନ ଫାୟାର୍ ଟିଭି ଷ୍ଟିକ୍ ପ୍ରିମିୟମ କଣ୍ଟେଟ୍ ଦେଖିବା ସୁବିଧା ଦେଇଥାଏ। ଏମିତିରେ ଆପଣ Tata Sky Binge ସାହାଯ୍ୟରେ ମାତ୍ର ୨୪୯ ଟଙ୍କାରେ ମନମୂତାବକ କଣ୍ଟେଟ୍ ଆପଣଙ୍କ ଟିଭିରେ ଦେଖିପାରିବେ । ଅର୍ଥାତ ପ୍ରତିମାସରେ ଆପଣଙ୍କୁ ୨୪୯ ଟଙ୍କା ଦେବାକୁ ପଡିବ ।

ତେବେ ଏହି ସୁବିଧାର ଲାଭ ଉଠାଇବା ପାଇଁ ହେଲେ ଆପଣଙ୍କ ନିକଟରେ ସ୍ମାର୍ଟ ଟିଭି ଥିବା ଏବଂ ଇଣ୍ଟରନେଟ୍ କନେକ୍ସନ୍ ଥିବା ଆବଶ୍ୟକ । Tata Sky Binge Fire Stick TV ର ଲାଭ ଉଠାଇବା ପାଇଁ ଟିଭିର HDMI ପୋର୍ଟରେ ଆମାଜନ୍ ଫାୟାର ଷ୍ଟିକ୍ ଲଗାଇବାକୁ ପଡିବ । ଏମିତିରେ ଆପଣଙ୍କୁ ସେଟଅପ୍ ବକ୍ସର ଆବଶ୍ୟକତା ନାହିଁ । ଏହା ସହ ମିଳୁଥିବା ରିମୋର୍ଟରେ ଆପଣଙ୍କୁ ଭଏସ୍ କମାଣ୍ଡ ପାଇଁ ଆମାଜନ ଏଲେକ୍ସା ର ସପୋର୍ଟ ବି ମିଳିବ ।

ଟାଟା ସ୍କାଏ ର ଏହି ସେବା ଅନୁଯାୟୀ ଆପଣଙ୍କୁ ୧ ଲକ୍ଷ ଘଂଟା ପର‌୍ୟ୍ୟନ୍ତ କଣ୍ଟେଟ୍ ମିଳିବ । ଯେଉଁଥିରେ ଆପଣଙ୍କୁ ବଲିଉଡ୍ ହଲିଉଡ୍ ଏବଂ ରିଜିଓନାଲ୍ କଣ୍ଟେଟ୍ ଦେଖିପାରିବେ । ଏହା ବ୍ୟତୀତ ସମସ୍ତ ଟିଭି ସୋ ମଧ୍ୟ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.