ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସମ୍ପତ୍ତି ସିଜ୍ କଲା ଇଡି

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସି ଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଲାଗିଛି ଝଟ୍‌କା । ଏହି ମାମଲାରେ ଇଡି ତାଙ୍କର ପାଖାପାଖି ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀରେ ଥିବା ଏକ ଜମି ଏବଂ ଫାର୍ମ ହାଉସ ରହିଛି। ଏହି ସମ୍ପତ୍ତିର ମୂଲ୍ୟ ୧,୯୪,୫୨,୩୪୭ ଟଙ୍କା ବୋଲି ଇଡି ପକ୍ଷରୁ କୁହାଯାଇଛି।

ପ୍ରିଭେସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ମାମଲରେ ଶ୍ରୀ ଚୌତାଲା ଏବେ ଜେଲ୍‌ରେ ଅଛନ୍ତି। ଏଥିସହ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ଓ ଇଡି ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.