ପୁଣି ଥରେ ଫେରୁଛି ଲୋକପ୍ରିୟ ସିରିଏଲ୍‌ CID

ମୁମ୍ବାଇ: ୧୯୯୮ ମସିହା ୨୧ ଜାନୁଆରୀରେ ଏହି ଲୋକପ୍ରିୟ ସିରିଏଲର ଟେଲିକାଷ୍ଟ ଆରମ୍ଭ ହୋଇ ୨୭ ଅକ୍ଟୋବର ୨୦୧୮ରେ ଶେଷ ଏପିସୋଡ୍‌ ଟେଲିକାଷ୍ଟ ହୋଇଥିଲା। ଯାହାର ନାଁ ହେଉଛି ସିଆଇଡି । ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା ଏହି ସିରିଏଲ୍‌। ଯାହାକୁ ଲୋକେ ମଧ୍ଯ ବେଶ୍ ପସନ୍ଦ କରିଥିଲେ।

cis1ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରିଥିବା ଏହି ସିରିଏଲ୍‌ ସିଆଇଡି (CID) ର ଫ୍ୟାନ୍ସଙ୍କ ପାଇଁ ଏବେ ଆସିଛି ଖୁସି ଖବର। ପୁଣି ଆଉ ଥରେ ଏହି ସିରିଏଲ୍‌ର ଟିମ୍‌କୁ ଆପଣ ଟିଭି ପରଦାରେ ଦେଖିପାରିବେ। ଦୟାନନ୍ଦ ରେଡ୍ଡି, ଆଦିତ୍ୟ ଶ୍ରୀବାସ୍ତବ ଏବଂ ଆନ୍‌ସା ସୟଦ୍‌ ଏହି ପ୍ରୋଜେକ୍ଟରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ତେବେ ଏହି ସିରିଏଲ୍‌ର କିଛି ଅଭିନେତା ପୁଣି ଥରେ ଏଥିରେ ଅଭିନୟ କରିବେ। ଏହି ଶୋ’ ରେ ଅଭିନେତାଙ୍କର ଜୀବନ ଉପରେ ଆଧାରିତ କାହାଣୀ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.