ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଦେହରେ ଗରମ ପାଣି ପଡ଼ିବା ଘଟଣା, ସୁପରଭାଇଜର ନିଲମ୍ବିତ, କର୍ମୀ ଓ ସହାୟିକା କାର୍ଯ୍ୟରୁ ବହିଷ୍କୃତ

ସୁବର୍ଣ୍ଣପୁର(କେନ୍ୟୁଜ୍) : ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ଦେହରେ ଗରମ ପାଣି ପଡ଼ିବା ଘଟଣାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟରେ ଅବହେଳା ଦର୍ଶାଇ ସୁପରଭାଇଜର ମମତାମୟୀ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଏହା ସହ କେନ୍ଦ୍ରର କର୍ମୀ ମମତା ମୁନ୍ନା ଓ ସହାୟିକା ବେଦମତୀ ମହାକୁଡ଼ଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଗତ ୧୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଜଟିଆପାଲି କେନ୍ଦ୍ରରେ ୩ବର୍ଷର ଶିଶୁକନ୍ୟା ଉପରକୁ ଗରମ ପାଣି ଫିଙ୍ଗି ଦେଇଥିଲେ ସହାୟିକା। ଗୁରୁତର ଶିଶୁକୁ ପ୍ରଥମେ ସୋନପୁର ମୁଖ୍ୟ ହସପିଟାଲ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରିବାରୁ ଶିଶୁକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.