ବିଶ୍ବକପରେ ରହିବେ ୨୪ କମେଣ୍ଟେଟର, ଜାଣନ୍ତୁ ଭାରତରୁ କେତେ ଜଣ କରିବେ କମେଣ୍ଟ୍ରି

ବିଶ୍ବ କପ୍ କ୍ରିକେଟକୁ ଆଉ ମାତ୍ର ୧୩ ଦିନ । ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ମହାଯୁଦ୍ଧ ପାଇଁ କମେଣ୍ଟେଟର୍ସଙ୍କ ନାଁ ଘୋଷଣା କରିଛି ଆଇସିସି । ଏହାସହ ପ୍ରସ୍ତୁତ କରିଛି ବ୍ରଡକାଷ୍ଟ ରଣନୀତି ।

୨୪ ଜଣ କମେଣ୍ଟେଟର୍ସଙ୍କ ନାଁ ଘୋଷଣା କରିଛି ଆଇସିସି । ଯେଉଁଥିରେ ଅଛନ୍ତି ୩ ଜଣ ଭାରତୀୟ । ସେମାନେ ହେଲେ, ସୌରଭ ଗାଙ୍ଗୁଲି, ସଞ୍ଜୟ ମଞ୍ଜରେକର ଏବଂ ହର୍ଷ ଭୋଗଲେ । ଏହି ତିନି ଜଣଙ୍କୁ ପ୍ୟାନେଲ୍ ଲିଷ୍ଟରେ ସ୍ଥାନ ମିଳିଛି ।

୨୪ ଜଣ କମେଣ୍ଟେଟର ହେଲେ ମାଇକେଲ୍ କ୍ଲାର୍କ, ମାଇକେଲ୍ ସ୍ଲେଟର,ସୌରଭ ଗାଙ୍ଗୁଲୀ,ହର୍ଷ ଭୋଗଲେ, ମାର୍କ ନିକୋଲସ,ନାସିର୍ ହୁସେନ,ଇୟାନ୍ ବିଶପ,ମେଲ୍ ଜୋନ୍ସ,ପୋମୀ ମବଙ୍ଗ୍ବା,କୁମାର ସଙ୍ଗକାରା,ରମିଜ୍ ରାଜା,ସାଇମନ ଡୁଲ,ସଞ୍ଜୟ ମାଞ୍ଜରେକର,ଅତହର ଅଲ୍ଲୀ ଖାନ, ଶନ୍ ପୋଲୋକ,ଇଶା ଗୁହା, ଇୟାନ୍ ବାର୍ଡ,ମାଇକ୍ ଆଥର୍ଟନ,ଏଲିସନ୍ ମିଶେଲ୍,ମାଇକେଲ୍ ହୋଲଡିଂ,ଇୟାନ୍ ସ୍ମିଥ,ବ୍ରେଡନ୍ ମେକୁଲମ୍, ଗ୍ରୀମ ସ୍ମିଥ ଏବଂ ୱସୀମ ଅକ୍ରମ୍ ।

ତେବେ ୩୦ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱକପ ଜୁନ୍ ୫ ରେ ଦକ୍ଷିଣ-ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଆଉ ଜୁନ୍ ମାସ ୧୬ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.