Below header

ମୋଦି-ଶାହଙ୍କ ଦୃଢ଼ୋକ୍ତି, ବିଜେପି ଏକାକୀ ପାଇବ ୩ଶହ ସିଟ୍‌

କ୍ରମାଗତ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣବହୁମତ ସହ କେନ୍ଦ୍ରରେ ସରକାର ଗଢିବ ବିଜେପି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ବହୁ ବର୍ଷ ପରେ ଲଗାତର ଦ୍ୱିତୀୟ ଥର ଲାଗି ଗୋଟିଏ ସରକାର ବହୁମତ ମିଳିବ। ସବୁଠାରୁ ବଡ଼ ଗଣତନ୍ତ୍ର ଭାରତ ବିଶ୍ୱକୁ ପ୍ରଭାବିତ କରିବାର ସାମର୍ଥ ରଖିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନର ସହଯୋଗୀ ଦଳ ଗୁଡ଼ିକ ଉପରେ ବିଜେପିର ବିଶ୍ୱାସ ରହିଛି। କେନ୍ଦ୍ରରେ ବିଜେପିକୁ ଏକାକୀ ବହୁମତ ମିଳିବ। ତଥାପି ନୂଆ ସାଥୀଙ୍କ ପାଇଁ ଦ୍ୱାର ସବୁବେଳେ ଉନ୍ମୁକ୍ତ ରହିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।

୧୭ ମେ ୨୦୧୪ରେ ସରକାର ଗଠନ କରିଲେ ମୋଦି। ଏହାପରଠାରୁ ମୋଦି କୌଣସି ଲାଇଭ୍‌ ସାମ୍ବାଦିକ ସମ୍ମିଳନୀ କରି ନଥିବା ଅଭିଯୋଗ ହୁଏ। ଆଜିର ସାମ୍ବାଦିକ ସମ୍ମିଳନୀକୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି ରାହୁଲ। ଏହାସହ ମୋଦିଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଚଳିତ ସରକାରରେ କଂଗ୍ରେସ ମଜଭୁତ ବିରୋଧୀର ଭୂମିକା ପାଳନ କରିଛି। ମୋଦିଙ୍କ ଭ୍ରଷ୍ଟାଚାର ବିରୋଧୀ ଅଭିଯାନର ସତ୍ୟତା ସାମନାକୁ ଆଣିଛି।

୨୦୧୯ ସାଧାରଣ ନିର୍ବାଚନ ପ୍ରଚାରର ଶେଷ ଦିନରେ ଦୁଇ ପ୍ରତିଦ୍ୱନ୍ଦୀ ସରକାର ଗଠନ ନେଇ ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୧୪୨ଟି ରାଲି ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ସେପଟେ କଂଗ୍ରେସ କହିଛି ସରକାର ଗଢିଲେ, ସମସ୍ତଙ୍କୁ ନ୍ୟାୟ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.