ସାରା ଦେଶରେ ଥମିଲା ପ୍ରଚାର : ଦିନକ ପରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ, ୫୯ ଆସନ ପାଇଁ ଭୋଟିଂ

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ । ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୫୯ ଆସନ ପାଇଁ ହେବ ମତଦାନ। ୬ କୋଟିରୁ ଅଧିକ ମତଦାତା ଭୋଟିଂ କରିବେ। ଉତ୍ତରପ୍ରଦେଶର ୧୩ ଆସନ ପାଇଁ ଭୋଟିଂ ହେବ। ପ୍ରମୁଖ ପାର୍ଥୀଙ୍କ ମଧ୍ୟରେ ବାରଣାସୀରୁ ପ୍ରାର୍ଥୀ ଅଛନ୍ତି ନରେନ୍ଦ୍ର ମୋଦି। ସେହିପରି ଗୋରଖପୁରରୁ ପ୍ରାର୍ଥୀ ଅଛନ୍ତି ରବି କିଶନ ଓ ଗାଜିପୁରରୁ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ମନୋଜ ସିହ୍ନା ।

ସପ୍ତମ ପର୍ଯ୍ୟାୟରେ ପଞ୍ଜାବର ସମସ୍ତ ୧୩ଟି ଆସନ ପାଇଁ ଭୋଟିଂ ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଭଟିନ୍ଦାରୁ ଅଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ, ଆନନ୍ଦପୁର ସାହିବରୁ କଂଗ୍ରେସର ମନୀଶ ତିୱାରୀ, ଫିରୋଜପୁରରୁ ଆକଳିଦଳ ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଓ ଅମୃତସରରୁ କିରଣ ଖୈର। ପଞ୍ଜାବର ଗୁରୁଦାସପୁର ହାଇପ୍ରୋଫାଇଲ ଆସନ ହୋଇ ରହିଛି। ଏଠାରେ ବିଜେପି ପ୍ରାର୍ଥୀ ଅଛନ୍ତି ଫିଲ୍ମ ଷ୍ଟାର ସନି ଦେଓଲ ଓ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ରାଜ୍ୟର ପିସିସି ସଭାପତି ସୁନିଲ ଝାକଡ଼।

ବିହାର ୮ ସିଟ୍‌ ମଧ୍ୟରୁ ସସାରାମରୁ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମୀରା କୁମାର। ପାଟଳିପୁତ୍ରରେ ବିଗ୍‌ ଫାଇଟ୍‌। ଏଠାରେ ବିଜେପିର ରାମ କ୍ରିପାଲ ଯାଦବ ଓ ଆରଜେଡିର ମିସା ଭାରତୀଙ୍କ ମଧ୍ୟ ମୁକାବିଲା ହେଉଛି। ବକ୍ସରରୁ ପ୍ରାର୍ଥୀ ଅଛନ୍ତି ଅଶ୍ୱୀନ ଚୌବେ ଓ କରକାଟରୁ ପ୍ରାର୍ଥୀ ଅଛନ୍ତି ଆରଏଲ୍‌ଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶୱାହ। ପାଟନା ସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ। ତାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ବିଜେପି ଛାଡିଥିବା ଶତ୍ରୁଘ୍ନ ସିହ୍ନା ।

ଝାଡ଼ଖଣ୍ଡ ଦୁମ୍‌କାରୁ ପ୍ରାର୍ଥୀ ଅଛନ୍ତି ଜେଏମ୍‌ଏମ୍‌ ମୁଖ୍ୟ ଶିବୁ ସୋରେନ । ୧୯୯୧ରୁ ଶିବୁ ସୋରେନ ଏହି ଆସନରୁ ଲଗାତର ଜିତି ଆସୁଛନ୍ତି । ୨୦୧୪ରେ ଏହି ୫୯ଟି ଆସନରୁ ବିଜେପି ୩୦, ଟିଏମ୍‌ସି ୯, ଅକାଳୀଦଳ ୪, ଆପ୍‌ ୪, କଂଗ୍ରେସ ୩ ଓ ଜେଏମ୍‌ଏମ୍‌ ୨ଟି ଆସନ ଜିତିଥିଲେ।

୨୦୧୪ରେ ବିହାରର ୮ଟିରୁ ବିଜେପି ୫, ଜେଡିୟୁ ୧, ଆରଏଲ୍‌ଏସ୍‌ପି ୨ଟି ଆସନ ଜିତିଥିଲା । ହିମାଚଳ ପ୍ରଦେଶର ୪ ଆସନରୁ ୪ ବିଜେପି, ଝାଡ଼ଖଣ୍ଡର ତିନିଟି ଆସନରୁ ବିଜେପି ୧ ଓ ଜେଏମ୍‌ଏମ୍‌ ୨, ମଧ୍ୟପ୍ରଦେଶର ୮ଟିରୁ ବିଜେପି ୭, କଂଗ୍ରେସ ୧, ପଞ୍ଜାବର ୧୩ଟି ଆସନରୁ ବିଜେପି୧, ଅକାଳିଦଳ ୪, କଂଗ୍ରେସ ୪ ଓ ଆପ୍‌ ୪ଟି ଆସନ ଜିତିଥିଲେ । ସେହିପରି ଉତ୍ତରପ୍ରଦେଶର ୧୩ଟି ଆସନରୁ ବିଜେପି ୧୧, ଆପନା ଦଳ ୧ ଓ ଏସ୍‌ପି ଗୋଟିଏ ଆସନ ଜିତିଥିଲେ । ପଶ୍ଚିମବଙ୍ଗର ୯ରୁ ୯ ଆସନ ଜିତିଥିଲା ତୃଣୂଳ କଂଗ୍ରେସ। ଅର୍ଥାତ ଏହି ପର୍ଯ୍ୟାୟରେ ବିଜେପି ଓ ଟିଏମ୍‌ସି ପାଇଁ ଅଗ୍ନୀ ପରୀକ୍ଷା। ତାର ଝଲକ ମଧ୍ୟ ପଞ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା । ଶେଷ ପର୍ଯ୍ୟାୟରେ ଦେଖିବାକୁ ମିଳିଥିଲା ଉତ୍ତେଜନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.