ନବୀନ ହୁଅନ୍ତୁ ପ୍ରଧାନମନ୍ତ୍ରୀ, ପ୍ରଥମ ଥର ପାଇଁ ପାର୍ଟି ଫୋରମରେ କହିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଏକଦା ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବା କଥା ଚର୍ଚ୍ଚା ହୋଇଥିଲା । ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନବୀନଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏନେଇ ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ନବୀନ ହିଁ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ । ଓଡ଼ିଶାବାସୀ ଓ ଭାରତବାସୀ ଚାହାନ୍ତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହୁଅନ୍ତୁ । କିନ୍ତୁ ସେ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହଁ । କାରଣ କଂଗ୍ରେସର ଗୋଡଟାଣିବା ନୀତି ରହିଛି ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି ।

ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ନବୀନ ବିଭିନ୍ନ ସଭାରେ କହିଥିଲେ ଏଥର କେନ୍ଦ୍ରରେ ସରକାର ଗଠନରେ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । କିନ୍ତୁ ନବୀନ ଓଡ଼ିଶା ଛାଡି ଦିଲ୍ଲୀ ଯିବାକୁ ଜମା ଆଗ୍ରହୀ ନଥିବା ବହୁବାର ସ୍ପଷ୍ଟୀକରଣ ରଖିସାରିଛନ୍ତି ।

ଏଭିତରେ ଆସନ୍ତା ୨୩ ତାରିଖ ଅର୍ଥାତ ଭୋଟ ଗଣତି ଦିନ ୟୁପିଏ ସହଯୋଗୀ ଦଳଙ୍କ ବୈଠକକୁ ନବୀନଙ୍କୁ ଆମନ୍ତ୍ରଣ କରିଛନ୍ତି ସୋନିଆ ଗାନ୍ଧି । ବିଜେଡି ବୈଠକକୁ ଯିବ କି ନାହିଁ ତାହା ସ୍ପଷ୍ଟ କରି ନାହିଁ। ସେହିପରି  ଗତକାଲି ଗୁଲମନବୀ ଆଜାଦ କହିଥିଲେ କଂଗ୍ରେସ କୁ ପ୍ରଧାନମନ୍ତ୍ରୀ ପଦ ନମିଳିଲେ କିଛି ଅସୁବିଧା ନାହିଁ । ଅଣକଂଗ୍ରେସ ଦଳଗୁଡିକ ମଧ୍ୟରେ ଯେଉଁ ସହମତି ହେବ ତାକୁ କଂଗ୍ରେସ ସମର୍ଥନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.