ମୟୂରଭଞ୍ଜ : କପ୍ତିପଦା ପୋଲିସ ଦ୍ୱାରା ଜଣେ ଆନ୍ତଃଜିଲ୍ଲା ଡକାୟତ ଗିରଫ

ମୟୂରଭଞ୍ଜ : କପ୍ତିପଦା ପୋଲିସ ଦ୍ୱାରା ଜଣେ ଆନ୍ତଃ ଜିଲ୍ଲା ଡକାୟତ ଗିରଫ । ସିସିଟିଭି ଫୁଟେଜ ଆଧାରରେ ଠାକୁରମୁଣ୍ଡାରୁ ପୋଲିସ ତାକୁ ଗିରଫ କରିଛି । ଗିରଫ ଡକାୟତର ନାଁ ଭୀମସେନ ମାଝୀ । ତା ନାଁରେ ଅନୁଗୁଳ, କେନ୍ଦୁଝର, ଯାଜପୁର, ସମ୍ବଲପୁର ଓ ରାଉରକେଲାରେ ଥାନାରେ ମାମଲା ରହିଛି । ଭୀମସେନର ଦୁଇ ଜଣ ସହଯୋଗୀ ସମ୍ବଲପୁର ଅଞ୍ଚଳର ସର୍ଫରାଜ ଖାନ ଓ ଧନେଶ୍ୱର ଝଙ୍କାର ଏବେ ଜେଲରେ ଅଛନ୍ତି । ଗତ ୨୦୧୭ ମସିହା ସେପ୍ଟେମ୍ବର ୨୪ ତାରିଖରେ କପ୍ତିପଦା ଥାନା ନୂଆସାହିର ସୁବଳ ବେହେରାଙ୍କ ଘର ସାମ୍ନାରୁ ଏକ ବୋଲେରୋ ଚୋରି ହୋଇଯାଇଥିଲା । ଚୋରି ବେଳର ସିସିଟିଭି ଫୁଟେଜ ଆଧାରରେ ଭୀମସେନକୁ ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.