Below header

ନିଜ ଅଭିଭାଷଣରେ ୪୨ଥର ଟାକ୍ସ ଶବ୍ଦ ବ୍ୟବହାର କଲେ ଅର୍ଥମନ୍ତ୍ରୀ, ଟିକସ ବ୍ୟବସ୍ଥାରେ କଲେ ନାହିଁ ପରିବର୍ତ୍ତନ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବା ବେଳେ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ବଜେଟ ଉପସ୍ଥାପନ ବେଳେ ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହା ସହିତ ଟିକସଦାତାଙ୍କୁ ନିଜ ଅଭିଭାଷଣରେ ଧନ୍ୟବାଦ ଜଣାଇଛନ୍ତି ।

ନୂଆଦିଲ୍ଲୀ: ଆଜି ସଂସଦରେ କାମ ଚଳା ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଅଭିଭାଷଣରେ ପ୍ରଥମେ ନିର୍ମଳା ସୀତାରମଣ କହିଥିଲେ ଯେ, ଦେଶ ଭବିଷ୍ୟ ଆଡକୁ ଦେଖୁଛି, ଯାହା ଆଶାନ୍ୱିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମେ ଆଗକୁ ବଢୁଛେ । ଜନତାଙ୍କୁ ଅଧିକରୁ ଅଧିକ ରୋଜଗାରର ସୁଯୋଗ ଦିଆଯାଇଛି । ୧୦ ବର୍ଷ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି । ଏସବୁକୁ ଆଧାର କରି ଦେଶର ଜନତା ଦ୍ୱିତୀୟ ଥର ପାଇଁ ମୋଦୀ ସରକାରଙ୍କୁ ବାଛିଛି । ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି। ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ତେବେ  ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବା ବେଳେ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ବଜେଟ ଉପସ୍ଥାପନ ବେଳେ ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତନ ରହିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହା ସହିତ ଟିକସଦାତାଙ୍କୁ ନିଜ ଅଭିଭାଷଣରେ ଧନ୍ୟବାଦ ଜଣାଇଛନ୍ତି ।

ଗତ ୧୦ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଦୁଇ ଗୁଣାରୁ ଅଧିକ ହୋଇଛି। ଯେଉଁଥି ପାଇଁ ସେ କହିଛନ୍ତି, ଟ୍ୟାକ୍ସ ରିଟର୍ଣ୍ଣ ଫାଇଲକୁ ସହଜ ଏବଂ ସରଳ କରାଯିବ। ବିକଶିତ ଭାରତ ନେଇ ଜୁଲାଇ ବଜେଟରେ ବ୍ୟାପକ ଘୋଷଣା ହେବ । ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସହିତ ୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ୫.୧% ହେବା ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

୨୦୨୪-୨୫ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧% ରହିବ ବୋଲି ଆକଳନ କରାଯାଇଛି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ସେ ପ୍ରସ୍ତାବ ଦେଇଥିବା କହିଛନ୍ତି । ଏହାସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜିଡିପି ତୁଳନାରେ ଦେଶର ବିତ୍ତୀୟ ନିଅଣ୍ଟକୁ ୫.୮ ପ୍ରତିଶତକୁ ସଂଶୋଧନ କରାଯାଇଛି । ଟିକସ ପ୍ରାପ୍ତି ବଜେଟରେ ମଧ୍ୟ ସଂଶୋଧନ କରାଯାଇଛି । ବିତ୍ତୀୟ ସୁଦୃଢ଼ୀକରଣ ଲକ୍ଷ୍ୟକୁ ସଂଶୋଧନ କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

ତେବେ ଷ୍ଟାର୍ଟଅପ୍ ଗୁଡିକ ପାଇଁ ଟ୍ୟାକ୍ସ ବ୍ରେକ ୨୦୨୫ ମାର୍ଚ୍ଚ ୩୧ ଯାଏ ସମ୍ପ୍ରସାରିତ କରାଯାଇଛି। କରଦାତାଙ୍କୁ ସୁବିଧା ପ୍ରଦାନ କରିବାକୁ ଗୁରୁତ୍ବ ଦିଆଯାଇଛି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ବଜେଟ୍ ଅଭିଭାଷଣ ସମୟରେ ଟ୍ୟାକ୍ସ ଶବ୍ଦକୁ ସର୍ବାଧିକ ବ୍ୟବହାର କରିଥିଲେ । ନିଜ ଅଭିଭାଷଣରେ ସେ ୪୨ଥର ଟାକ୍ସ ଶବ୍ଦ ବ୍ୟବହାର କରିଥିବା ଜଣାପଡିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.