ପେଟିଏମ୍ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା, ୨୯ ଫେବୃଆରୀ ପରେ କରିପାରିବେନି ଏହି କାମ

ବର୍ତ୍ତମାନ ପେଟିଏମ୍ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା । ମାର୍ଚ୍ଚରୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମସ୍ତ ସେବା ଉପରେ ଆରବିଆଇ ରୋକ ଲଗାଇଛି । କେବଳ ଟ୍ରାନ୍ସଫର ଏବଂ ୱିଡ୍ରଲକୁ ଅନୁମତି ଦିଆଯିବ କିନ୍ତୁ ୟୁଜରମାନେ ଫେବୃଆରୀ ୨୯ରୁ ୱାଲେଟ୍ କିମ୍ବା ଫାଷ୍ଟଟ୍ୟାଗ୍ ଟପ୍ କରି ପାରିବେ ନାହିଁ ।

ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକମାନେ ନିଜ ମୋବାଇଲରେ ପେମେଣ୍ଟ କରୁଛନ୍ତି । ଲୋକଙ୍କ ପର୍ସରେ ଟଙ୍କା କମ୍‌ ପେମେଣ୍ଟ କାର୍ଡ ଅଧିକ ରହୁଛି । ଲୋକମାନେ ଟଙ୍କା କାରବାର ନକରି ପେଟିଏମ୍‌, ଗୁଗଲ ପେ ଓ ଫୋନ ପେ ଭଳି ଡିଜିଟାଲ ପେମେଣ୍ଟକୁ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ପେଟିଏମ୍ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା । ମାର୍ଚ୍ଚରୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ସମସ୍ତ ସେବା ଉପରେ ଆରବିଆଇ ରୋକ ଲଗାଇଛି । କେବଳ ଟ୍ରାନ୍ସଫର ଏବଂ ୱିଡ୍ରଲକୁ ଅନୁମତି ଦିଆଯିବ କିନ୍ତୁ ୟୁଜରମାନେ ଫେବୃଆରୀ ୨୯ରୁ ୱାଲେଟ୍ କିମ୍ବା ଫାଷ୍ଟଟ୍ୟାଗ୍ ଟପ୍ କରି ପାରିବେ ନାହିଁ । ଏଥିସହ ଆପଣ ନିଜ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ । ତେବେ ପେଟିଏମ୍ ବିରୋଧରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ୟୁଜରଙ୍କ ଉପରେ କିଭଳି ଭାବେ ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।

ଆରବିଆଇର ନିର୍ଦ୍ଦେଶ ସେହି ୟୁଜରମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ଯେଉଁମାନେ ସେମାନଙ୍କର ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଆକାଉଣ୍ଟକୁ UPI ସହିତ ଲିଙ୍କ୍‌ କରିଛନ୍ତି । ଫେବୃଆରୀ ୨୯ ପର୍ଯ୍ୟନ୍ତ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇପାରିବ । ଏହା ପରେ ଏହା ଶେଷ ନହେବା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । କିନ୍ତୁ ଯଦି ଆପଣଙ୍କର UPI ଆଡ୍ରେସ୍‌ SBI କିମ୍ବା ICICI ପରି ଅନ୍ୟ କୌଣସି ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍‌ ହୋଇଥିବ ତେବେ ଆରବିଆଇର କାର୍ଯ୍ୟାନୁଷ୍ଠାନ ଆପଣଙ୍କୁ ପ୍ରଭାବିତ କରିବ ନାହିଁ ।

ଯେଉଁ ଦୋକାନୀମାନେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରିସିଭ୍‌ କରନ୍ତି ସେମାନେ ପେମେଣ୍ଟ ରିସିଭ କରିପାରିବେ ନାହିଁ, ଯେଉଁଥି ପାଇଁ ସେମାନେ ଚିନ୍ତାରେ ଅଛନ୍ତି ।

ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହେଉଛି ଆପଣଙ୍କର ୱାଲେଟ୍ ବାଲାନ୍ସକୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ । ୱାଲେଟ୍ ବାଲାନ୍ସର ଟଙ୍କା ଟ୍ରାନ୍ସଫର ହେବା ପରେ ଆପଣ ଇଲେକ୍ଟ୍ରିକ୍‌ କିମ୍ବା ଟେଲିଫୋନ୍ ବିଲ୍ ଦେଇ ପାରିବ । ପେଟିଏମ୍ ଫାଷ୍ଟଟ୍ୟାଗ୍ ୟୁଜରମାନଙ୍କୁ ନୂଆ ଟ୍ୟାଗ୍ କିଣିବାକୁ ପଡିବ ଏବଂ ବର୍ତ୍ତମାନ ବ୍ୟବହାର କରୁଥିବା ଫାଷ୍ଟଟ୍ୟାଗକୁ ଡିଆକ୍ଟିଭେଟ୍‌ କରିବାକୁ ପଡିବ । ତେବେ ଆରବିଆଇ ଏଭଳି ପଦକ୍ଷେପ କାହିଁକି ନେଲା ଆସନ୍ତୁ ଜାଣିବା ।

ରିପୋର୍ଟ ଅନୁଯାୟୀ ନିୟମ ପାଳନ ନକରିବାରୁ ତଥା ସୁପରଭାଇଜରୀ ଚିନ୍ତାକୁ ନଜରରେ ରଖି ଆରବିଆଇ ପେଟିଏମ୍ ପେମେଣ୍ଟ ଉପରେ ରୋକ ଲଗାଇଛି । ଆରବିଆଇ କହିବା ଅନୁସାରେ ଅଡିଟ୍ ରିପୋର୍ଟରେ ତ୍ରୁଟି ମିଳିବା ପରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଆକାଉଣ୍ଟ ହୋଲ୍ଡର୍ସ କିମ୍ବା ପେଟିଏମ୍ ୟୁଜର୍ସଙ୍କୁ ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ସେଣ୍ଟ୍ରାଲ୍ ବ୍ୟାଙ୍କ (ଆରବିଆଇ) କହିଛି ଯେ ପେଟିଏମ୍ ୟୁଜରଙ୍କ ଅବଶିଷ୍ଟ ବାଲାନ୍ସ ବ୍ୟବହାର କରିପାରିବେ । ଏଥିରେ କୌଣସି ପ୍ରକାର ପ୍ରତିବନ୍ଧକ ଲାଗିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.