ବଜେଟ୍‌ରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଘୋଷଣା, ଏବେ ଏମାନଙ୍କୁ ମଧ୍ୟ ମିଳିବ ଲାଭ

ବଜେଟ୍‌ରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏବେ ଏହାର ପରିସର ଆହୁରି ବୃଦ୍ଧି କରାଯିବ ।

ବଜେଟ୍‌ରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏବେ ଏହାର ପରିସର ଆହୁରି ବୃଦ୍ଧି କରାଯିବ । ଗରିବ ପରିବାର ସହିତ ଆଶା ଏବଂ ଅଙ୍ଗନଓ୍ଵାଡି କର୍ମୀମାନଙ୍କୁ ମଧ୍ୟ ଏହାର ଲାଭ ମିଳିବ ।

ଅର୍ଥମନ୍ତ୍ରୀ କହିଛନ୍ତି, ଏହି ଯୋଜନାରୁ ସେମାନଙ୍କୁ ଶସ୍ତା ଚିକିତ୍ସାର ଲାଭ ମିଳିବ ଏବଂ ଆର୍ଥିକ ଚାପ ଆସିବ ନାହିଁ । ଏହା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣାରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.