ଦେଶର ୩ କୋଟି ମହିଳା ହେବେ ଲକ୍ଷପତି ଦିଦି, ଦିଆଯିବ ଡ୍ରୋନ ପରିଚାଳନା ଟ୍ରେନିଂ

ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଆଜି ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ ୨୦୨୪ ଉପସ୍ଥାପନ କରିଛନ୍ତି । ବଜେଟରେ ସେ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ଉପଲବ୍ଧି ବିଷୟରେ କହିଛନ୍ତି । ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ପ୍ରଧାନମନ୍ତ୍ରୀ ମୋଦି ୧୫ ଅଗଷ୍ଟ, ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଲକ୍ଷପତି ଦିଦି ଯୋଜନା ବିଷୟରେ ଘୋଷଣା କରିଥିଲେ । ଆଜି ଅର୍ଥମନ୍ତ୍ରୀ ଏହି ଲକ୍ଷ୍ୟକୁ ୩ କୋଟି କରିଛନ୍ତି ।

ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି, ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୈତିକ ସଶକ୍ତୀକରଣ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ କମିଟିରେ ଲକ୍ଷପତି ଯୋଜନା ଅଧିନରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରି ୧୫,୦୦୦ ମହିଳାଙ୍କୁ ଡ୍ରୋନ ଦେବାକୁ ନିଷ୍ପତ୍ତି କରାଯାଇଥିଲା । ୨୦୨୩-୨୪ ମାର୍ଚ୍ଚ ସୁଦ୍ଧା କମ୍ପାନୀ ମହିଳା ଏସଏଚଜିକୁ ୫୦୦ ଡ୍ରୋନ ଦେବ । ଏହି ଡ୍ରୋନକୁ କିପରି ଚାଷ କାମରେ କୀଟନାଶକ ସିଞ୍ଚନ ପାଇଁ ତା’ ପ୍ରଶିକ୍ଷଣ ଦିଆଯିବ ।

ଏକ ଡ୍ରୋନରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ଏଥିରୁ ୮ ଲକ୍ଷ ଟଙ୍କା ସରକାର ଦେଇଛନ୍ତି । ବାକି ୨ ଲକ୍ଷ ସିଏଲଏଫ ନ୍ୟାସନାଲ ଏଗ୍ରିକଲ୍ଚର ଇନଫ୍ରା ଫାଇନାନ୍ସିଂ ଲୋନ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.