Below header

ନଭେମ୍ବର ପହିଲାରୁ ବ୍ୟାଙ୍କ ନିୟମରେ ହେଉଛି ଏହି ପରିବର୍ତ୍ତନ, ୪୨ କୋଟି ଏସ୍‌ବିଆଇ ଗ୍ରାହକ ହେବେ ପ୍ରଭାବିତ

ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଆସନ୍ତା ନଭେମ୍ବର ୧ ତାରିଖରେ ଏକ ବଡ଼ ଝଟ୍‌କା ଦେବାକୁ ଯାଉଛି। ଏସ୍‌ବିଆଇ ସର୍ଭିସିଂ ଆକାଉଣ୍ଟ ଉପରେ ମିଳୁଥିବା ଋଣକୁ ଉଠାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଆପଣ ଯଦି ଏସ୍‌ବିଆଇ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ତେବେ ଏଥିରେ ମିଳୁଥିବା ଋଣ କମ୍‌ ହୋଇଯିବ। ଋଣ ହାରରେ ଏହି ହ୍ରାସ ୨୦୧୯ ନଭେମ୍ବର ୧ତାରିଖରୁ ଲାଗୁ ହେବ।

ଅନ୍ୟପଟେ ସରକାର ଡିଜିଟାଲ ପେମେଣ୍ଟର ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରୁଛନ୍ତି। ଏସ୍‌ବିଆଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ ସୁଧହାର ୦.୨୫ ପ୍ରତିଶତ କମାଇବାକୁ ଯାଉଛି। ନଭେମ୍ବର ପହିଲାରୁ ୧ ଲକ୍ଷ ଟଙ୍କାର ରାଶି ଉପରେ ମିଳୁଥିବା ସୁଧହାର ୩.୫୦ ପ୍ରତିଶତରୁ କମି ୩.୨୫ ପ୍ରତିଶତ ହୋଇଯିବ। ବ୍ୟାଙ୍କର ଏହି ପରିବର୍ତ୍ତନର ପ୍ରଭାବ ପ୍ରାୟ ୪୨ କୋଟି ଗ୍ରାହକଙ୍କ ଉପରେ ପଡ଼ିବ ବୋଲି ଜଣାଯାଇଛି।

ଏହାସହ ପଢ଼ନ୍ତୁ: ଅତ୍ୟଧିକ ଚାର୍ଜ ଲଗାଇବା ମାମଲାରେ ଅନ୍ୟ ଟେଲିକମ୍‌ କମ୍ପାନୀଙ୍କୁ ଦୋଷ ଦେଲା ଜିଓ, କହିଲା ଏମିତି…

କିଛିଦିନ ତଳେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(CBDT)ର ନିର୍ଦ୍ଦେଶ ଅନୁସାରେ ନଭେମ୍ବରରୁ ବ୍ୟବସାୟୀମାନେ ଡିଜିଟାଲ ପେମେଣ୍ଟ ନେବାକୁ ମନା କରିପାରିବେ ନାହିଁ। ନୂଆ ନିୟମ ଅନୁସାରେ, ନଭେମ୍ବର ୧ରୁ ବ୍ୟବସାୟୀ ଏବଂ ଗ୍ରାହକଙ୍କ ଠାରୁ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଡ୍‌(MDR) ଆଦାୟ କରାଯିବ ନାହିଁ। ବଜେଟ୍‌ ଭାଷଣରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଯେଉଁ ବାଣିଜ୍ୟିକ ଅନୁଷ୍ଠାନର ବାର୍ଷିକ ଲାଭ ୫୦ କୋଟି ଟଙ୍କାରୁ ଅଧିକ ସେମାନେ ଗ୍ରାହକଙ୍କ ସହ ଅନ୍‌ଲାଇନ୍‌ରେ ନେଣଦେଣ କରିବା ବାଧ୍ୟତାମୂଳକ। ଏହି ଡିଜିଟାଲ ପେମେଣ୍ଟର ଖର୍ଚ୍ଚ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ଅନ୍ୟ ବ୍ୟାଙ୍କ ଉଠାଇବା ଆବଶ୍ୟକ ବୋଲି ସେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.