ଏହି ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ଯାଙ୍କ, ଆସନ୍ତାକାଲି ମଧ୍ୟରେ ସାରିଦିଅନ୍ତୁ ଜରୁରୀ କାମ

ଆପଣଙ୍କ ଯଦି ଜରୁରୀ ବ୍ଯାଙ୍କ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ। ଏହି ସପ୍ତାହରେ ବ୍ଯାଙ୍କ ୫ ଦିନ ବନ୍ଦ ରହିବ। ଆରବିଆଇ କ୍ଯାଲେଣ୍ଡର ଅନୁଯାୟୀ, ସେପ୍ଟେମ୍ବର ମାସରେ ୧୨ ଦିନ ବନ୍ଦ ରହୁଛି ବ୍ଯାଙ୍କ। କିନ୍ତୁ ଏହି ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ଯାଙ୍କ। ଏହି ସପ୍ତାହରେ ଦ୍ବିତୀୟ ଶନିବାର ଓ ରବିବାର ପଡୁଥିବା ଯୋଗୁଁ ଏହାକୁ ମିଶି ୫ ଦିନ ବ୍ଯାଙ୍କ ବନ୍ଦ ରହିବ।

ଏଣୁ କିଛି ଜରୁରୀ କାମ ଥିଲେ ଏବେଠୁ କରିନିଅନ୍ତୁ। ନଚେତ୍‌ ପରେ ଅସୁବିଧାରେ ପଡ଼ିପାରନ୍ତି। ତେବେ ଆସନ୍ତୁ ଜାଣିବା ଅଗଷ୍ଟ ମାସରେ କେଉଁ କେଉଁ ଦିନ ବନ୍ଦ ରହୁଛି ବ୍ୟାଙ୍କ…

ସେପ୍ଟେମ୍ବର ୮, ୨୦୨୧: ଶ୍ରୀମନ୍ତ ଶଙ୍କରଦେବ ତିଥି
ସେପ୍ଟେମ୍ବର ୯, ୨୦୨୧: ତିଜ(ହରିତଲିକା)
ସେପ୍ଟେମ୍ବର ୧୦, ୨୦୨୧: ଗଣେଶ ପୂଜା
ସେପ୍ଟେମ୍ବର ୧୧, ୨୦୨୧: ଦ୍ବିତୀୟ ଶନିବାର
ସେପ୍ଟେମ୍ବର ୧୨, ୨୦୨୧: ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.