Below header

ସୁନା ମୂଲ୍ୟରେ ଆସିଲା ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ରବିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୧୯୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୯୭୦ ଟଙ୍କା ଥିବା ଲକ୍ଷ୍ୟ କରାଯାଇଛି । ଯେବେକି ପୂର୍ବ ଦିନ ଅର୍ଥାତ ଶନିବାର ଏହି ଦର ଯଥାକ୍ରମେ ୫୧୯୬୦ ଟଙ୍କା ଓ ୫୦୯୬୦ ଟଙ୍କା ଥିବା ରେକର୍ଡ ହୋଇଥିଲା । କିନ୍ତୁ ଓଡିଶା ରାଜଧାନୀ ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୫୦୮୦ ଟଙ୍କା ଓ ୫୦୫୦୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି । ଭାରତର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଂଚିତ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି ।

gold-bangles-1

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧୯୭୦ ଟଙ୍କା ଓ ୫୦୯୭୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୫୫୬୨୦ ଟଙ୍କା ଓ ୫୧୦୨୦ ଟଙ୍କା ଥିବା ରେରେକର୍ଡ ହୋଇଛି । ଚେନ୍ନାଇରେ ଏହି ମୂଲ୍ୟ ୫୫୦୮୦ ଟଙ୍କା ଓ ୫୦୫୦୦ ଟଙ୍କା ରହିଛି । ଯେବେକି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୫୪୧୪୦ ଟଙ୍କା ଓ ୫୧୪୪୦ ଟଙ୍କା ଛୁଇଁଥିବା ଜଣାଯାଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ମୂଲ୍ୟ ୬୭୧୧୦ ଟଙ୍କାରେ ପହଁଚିଥିବା ନେଇ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.