Below header

ପୁଣି ହେଲା ସୁନା ମୂଲ୍ୟରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ଦାମ୍‌

ଭାରତୀୟ ବଜାରରେ କିଛି କିଛି ସ୍ଥାନରେ ସ୍ଥିର ରହିଥିବା ବେଳେ କିଛି କିଛି ସ୍ଥାନରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି । କିଛି ସ୍ଥାନରେ ସୁନାର ଦାମ୍ ବଢିଥିବା ବେଳେ ଆଉ କେତେକ ସ୍ଥାନରେ ସ୍ଥିର ରହିଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୩, ୩୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ସମାନ ଭାବେ ୫୨, ୩୧୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୬, ୮୨୦ ଟଙ୍କା ଓ ୫୨, ୦୯୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୩, ୩୧୦ ଟଙ୍କା ଓ ୫୨, ୩୧୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୩, ୭୬୦ ଟଙ୍କା ଓ ୫୨, ୫୬୦ ଟଙ୍କା ଥିବା ରେକର୍ଡ ହୋଇଛି ।

gold1

ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୬, ୮୨୦ ଟଙ୍କା ଓ ୫୨, ୦୯୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୩, ୯୧୦ ଟଙ୍କା ଓ ୫୨, ୫୧୦ ଟଙ୍କାରେ ସ୍ଥିର ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.