ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ପୂର୍ବରୁ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଲକ୍ଷେ ଏକ ସଳିତାର ଦୀପ ସମର୍ପଣ

ପୁରୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଭୂମିପୂଜନ ଉତ୍ସବ ପୂର୍ବରୁ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ଓ ମଠାଧୀଶଙ୍କ ପକ୍ଷରୁ ଲକ୍ଷେ ଏକ ସଳିତା ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି। ଭାରତ ବର୍ଷରେ ଭାଇଚାରା ବଜାୟ ରଖିବା ସହ, ସମଗ୍ର ହିନ୍ଦୁ ସମାଜ ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

ପୁରୀର ନାମକରଣ ଶ୍ରୀଜଗନ୍ନାଥ ଧାମ ପୁରୀ ଓ ଅଯୋଧ୍ୟାର ନାମ ଶ୍ରୀରାମଧାମ ଅଯୋଧ୍ୟା ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖାଯିବ ବୋଲି ଶ୍ରୀଜଗନନ୍ନାଥ ସେନା ପକ୍ଷରୁ କୁହାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିର୍ଦ୍ଧାରିତ ୩ ବର୍ଷ ମଧ୍ୟରେ ସୁରୁଖୁରରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଶେଷ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲକ୍ଷେ ଏକ ସଳିତା ଜଳାଯିବା ସହ ବେଦପାଠ ଓ ଜୟ ଶ୍ରୀରାମ ଧ୍ୱନି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.