Below header

ଶଶୁର ଘରେ ଜ୍ବାଇକୁ ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ବର(କେନ୍ଯୁଜ୍): ଭାଲୁ ଆକ୍ରମଣରେ ଜ୍ବାଇଁ ଗୁରୁତର। ଶଶୁର ଘରେ ଜ୍ବାଇଁକୁ ଭାଲୁ ଆକ୍ରମଣ। ନୀଳଗିରି ଚତୁରୀଖୁଣ୍ଟା ଅଞ୍ଚଳର ଛବି ସିଂ ନିଜ ଶଶୁର ଘର ଡେଙ୍ଗାସାହିକୁ ଯାଇଥିବା ବେଳେ ଆଜି ସକାଳେ ବିଲକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ସହ ପାଖାପାଖି ୧୫ ମିନିଟ୍ ଲଢେଇ ପରେ ଏକ କୁକୁର ଆସି ଭୋକିବାରୁ ଭାଲୁଟି ଜଙ୍ଗଲକୁ ଫେରିଯାଇଥିଲା। ଘଟଣାସ୍ଥଳରେ ଛବିଙ୍କ ଜଘ୍ଞ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ନୀଳଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.