Below header

ସୁନା ମୂଲ୍ୟରେ ଆସିଛି ବଡ ଧରଣର ହ୍ରାସ, ଜାଣନ୍ତୁ ଆପଣଙ୍କୁ ସହରରେ କେତେ ହେଲା ଦାମ୍‌

ସୁନା ଦାମ୍‌ ଗତ କିଛି ଦିନ ହେଲାଣି ହ୍ରାସ ପାଇବାରେ ଲାଗିଛି। ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଦେଖାଦେଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୩, ୨୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨ ହଜାର ୨୨୦ରେ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱର ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ବିଗତ ୧୦ ଦିନ ତଳେ ସୁନା ମଲ୍ୟ ପାଖାପାଖି ୬୦ ହଜାରରେ ପହଞ୍ଚିଥିବା ବେଳେ ଏବେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦
ଗ୍ରାମ ପ୍ରତି ୫୬,୩୭୦ ଟଙ୍କା ଓ ୫୧, ୬୮୦ ଟଙ୍କା ଛୁଇଁଥିବା ଲକ୍ଷ୍ୟ କରାଯାଇଛି ।

gold-bangles

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ସନ୍ଧ୍ୟା ସୁଦ୍ଧା ୫୩, ୨୨୦ ଟଙ୍କା ଓ ୫୨, ୨୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୦୦ ଟଙ୍କା ୫୧,୧୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୬,୩୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୫୧, ୬୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫, ୭୧୦ ଟଙ୍କା ଓ ୫୨, ୯୮୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଅନ୍ୟତମ ପ୍ରମୁଖ ଧାତୁ ରୁପା ମୂଲ୍ୟରେ ବି ଧୀରେ ଧୀରେ ହ୍ରାସ ଘଟୁଥିବା ଲକ୍ଷ୍ୟ କରାଯାଇଛି । ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୮,୯୧୦ ଟଙ୍କା ପହଁଚିଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.