Below header

ହୀରାକୁଦ ଛାଡ଼ିଲା, ମହାନଦୀ ବଢ଼ିଲା : ପ୍ରବଳ ବର୍ଷାରେ କାଠଯୋଡ଼ିରୁ ବିରୁପା ଫୁଲୁଛି ଏବେ ସବୁ ନଦୀ

କଟକ: ହୀରାକୁଦ ବନ୍ୟାଜଳ ନିଷ୍କାସନ ହେବା ପରେ ଫୁଲୁଛି ମହାନଦୀ ଓ କାଠଯୋଡି। ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ୪ଲକ୍ଷ ୧୦ହଜାର ୨୪୮କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଛି।  ନରାଜରେ ୨ଲକ୍ଷ ୫ହଜାର ୨୨କ୍ୟୁସେକ୍‌ ବନ୍ୟାଜଳ କାଠଯୋଡି ନଦୀକୁ ପ୍ରବାହିତ ହେଉଛି। ଆଜି ମୁଣ୍ଡୁଳୀରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ। ତେବେ ତଳିଆ ଅଞ୍ଚଳରେ ବନ୍ୟା ସମସ୍ୟା ନଥିବା ନରାଜ ଡିଭିଜନ ଜୁନିଅର ଇଞ୍ଜିନିୟର କହିଛନ୍ତି।

ସୂଚନା ଥାଉକି, ଉପରମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ୫ଟି ଗେଟ ବନ୍ଦ କରିଛନ୍ତି। ବର୍ତ୍ତମାନ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୧୫.୩୯ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୯ ହଜାର ୦୮୮ କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୨ ଲକ୍ଷ ୯୨ ହଜାର ୪୫୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.