Below header

ଦେଶରେ ଗତ ୨୪ ଘଣ୍ଟାରେ ୬୪୫୩୧ ଆକ୍ରାନ୍ତ ଚିହ୍ନଟ, ୧୦୯୨ ମୃତ

ଦେଶରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ରିପୋର୍ଟ ଅନୁଯାୟୀ ଆଜି ସୁଦ୍ଧା ୬୪,୫୩୧ ନୂତନ ମାମଲା ରୁଜୁ ହୋଇଛି। ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାରରେ ପହଞ୍ଚିଛି। କିନ୍ତୁ ଖୁସିର କଥା ହେଉଛି ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ସାଢେ ୨୦ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି।

ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ମଧ୍ୟରେ ୧,୦୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୨,୮୮୯ ରେ ପହଞ୍ଚିଛି। ସେହିଭଳି ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଇ ୨୭,୬୭,୨୭୩ ରେ ପହଞ୍ଚିଛି, ସେଥିମଧ୍ୟରୁ ୬,୭୬,୫୧୪ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୦,୩୭,୮୭୦ ଜଣ ଚିକିତ୍ସିତ ହୋଇ ରୋଗରୁ ମୁକ୍ତି ପାଇଛନ୍ତି। ତଥ୍ୟ ଅନୁଯାୟୀ ରୋଗୀଙ୍କ ସୁସ୍ଥତା ହାର ୭୩.୬୪ ପ୍ରତିଶତକୁ ବୃଦ୍ଧି ପାଇଛି।ଭାରତୀୟ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଠ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା, ଅଗଷ୍ଟ ୧୮ ପର୍ଯ୍ୟନ୍ତ ସାରା ଦେଶରେ ମୋଟ  ୩,୧୭,୪୨,୭୮୨ ନମୁନା ପରୀକ୍ଷା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.