ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କାହାକୁ ମିଳିବ ତଦନ୍ତ ଦାୟିତ୍ବ ? ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କାହାକୁ ମିଳିବ ତଦନ୍ତ ଦାୟିତ୍ବ ? ସିବିଆଇ ନା ମୁମ୍ବାଇ ପୋଲିସ ? ଏନେଇ ଆଜି ଦିନ ୧୧ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ । ମାମଲାର ତଦନ୍ତ ପାଟନାରୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ କରିଛନ୍ତି । ଏହା ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ବିହାର ପାଟନାରେ ହୋଇଥିବା ମାମଲାକୁ ମୁମ୍ବାଇ ପୋଲିସକୁ ସ୍ଥାନାନ୍ତର କରିବା ନେଇ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ ।

sushantଏଥିରେ ଆପତ୍ତି କରି ପୂର୍ବରୁ ସୁଶାନ୍ତଙ୍କ ବାପା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ମାମଲା ସିବିଆଇକୁ ଦିଆଯାଉ ବୋଲି ସୁଶାନ୍ତଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ମାମଲା ସ୍ଥାନାନ୍ତର ନେଇ ହୋଇଥିବା ମାମଲା ଉପରେ ପୂର୍ବରୁ ଦୁଇ ଥର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଗତ ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଉଭୟ ପକ୍ଷକୁ ଲିଖିତ ଜବାବ ମାଗିଥିଲେ । ସୁପ୍ରିମକୋର୍ଟ ତୁରନ୍ତ ତାଙ୍କ ନିଷ୍ପତ୍ତି ଶୁଣାନ୍ତୁ ବୋଲି ଟ୍ଵିଟ୍‌ କରି ଅପିଲ୍‌ କରିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇସାରିଛି । ଏହା ସହ ଇଡି ବି ରିୟାଙ୍କୁ ଜେରା କରିଛି । ଏପରି ସ୍ଥଳେ ପାଟନା ପୋଲିସର ମୁଳ ମାମଲା ମୁମ୍ବାଇକୁ କିପରି ହସ୍ତାନ୍ତର ହେବ ତା ଉପରେ ନଜର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.