୩ ଲକ୍ଷରୁ କମ୍‌ ମୂଲ୍ୟର କାର କିଣିବାକୁ ଚାହୁଁଛନ୍ତି କି, ଏହି କମ୍ପାନୀ ଆଣିଛି ସୁବର୍ଣ୍ଣ ସୁଯୋଗ

ଶାରଦୀୟ ଦୁର୍ଗାପୂଜା ପାଇଁ ଏବେ ସାରା ଦେଶ ଉତ୍ସବ ମୁଖରିତ ହୋଇଛି। ଏହି ଫେଷ୍ଟିଭ୍‌ ସିଜନ୍‌ରେ ନୂଆ ଜିନିଷ କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ଅଧିକାଂଶ ଲୋକ ଏହି ସମୟରେ ନୂଆ ଗାଡ଼ି କିଣିବାକୁ ପସନ୍ଦ କରିଥାନ୍ତି। ଆପଣ ଯଦି ପୂଜା ସମୟରେ ଶସ୍ତାରେ ଗାଡ଼ି କିଣିବାକୁ ଚାହୁଁଛନ୍ତି ତେବେ ଏହି ପୂଜାରେ ରହିଛି ବିଶେଷ ଅଫର। ୩ ଲକ୍ଷ ଟଙ୍କା ମଧ୍ୟରେ ଆପଣଙ୍କ ବଜେଟ୍‌ ଥିଲେ ଏହି କମ୍ପାନୀର କାର୍‌ କିଣନ୍ତୁ।

ଏହାସହ ପଢ଼ନ୍ତୁ: ଆଜିଠୁ ଶସ୍ତା ହେଲା ଚାରିଚକିଆ ଯାନ, ଦେଖନ୍ତୁ କେଉଁ ଗାଡ଼ିର କେତେ କମିଲା ଦର

Renault Kwid:

Renault ନିକଟରେ kwid ବଜାରକୁ ଆସିଛି, ଏଥିରେ କମ୍ପାନୀ କେତେକ ପରିବର୍ତ୍ତନ କରିଛି। ପୂର୍ବ ଅପେକ୍ଷା ଏବେ ଏହି କାର ଅଧିକ ବୋଲ୍ଡ ହୋଇଯାଇଛି। ଏଥିରେ କେତେକ ନୂଆ ଫିଚର ମଧ୍ୟ ସାମିଲ କରାଯାଇଛି। ଏଥିରେ ବସିବା ପାଇଁ ଅଧିକ ସ୍ପେଶ୍‌ ଥିବା ବେଳେ ଇଞ୍ଜିନ୍‌ ମଧ୍ୟ ବେଶ୍‌ ଦମ୍‌ଦାର ରହିଛି। କାରରେ ୮୦୦ସିସି ଯୁକ୍ତ ଇଞ୍ଜିନ୍‌ ଲାଗିଛି ଯାହା ୫୪bhp ଶକ୍ତି ଯୋଗାଏ। ଏଥିରେ ୫ ସ୍ପିଡ୍‌ ମାନୁଆଲ ଗିଅରବକ୍ସ ବ୍ୟବହୃତ ହୋଇଛି। ଏହା ୨୫.୧୭ କିଲୋମିଟରର ମାଇଲେଜ ଦେଇଥାଏ। kwid ର ଦିଲ୍ଲୀରେ ଏକ୍ସ ଶୋ-ରୁମ୍‌ ମୂଲ୍ୟ ୨.୮୩ ଲକ୍ଷ ଟଙ୍କା ରହିଛି।

Maruti Suzuki Alto:

ନୂଆ ଅଲ୍ଟୋ ନିଜ ସେଗ୍‌ମେଣ୍ଟର ପ୍ରଥମ ଏଭଳି କାର ଯାହା ସର୍ବପ୍ରଥମେ ନୂଆ BS6 ଇଞ୍ଜିନରେ ଆସିଛି। ଏଥିରେ ଏବିମ୍‌ ଏବଂ ଏୟାରବ୍ୟାଗ୍‌ ଭଳି ସେଫ୍ଟି ଫିଚର ରହିଛି ଯାହା ଫଳରେ ଫେଶନ୍‌ର ଦାମ୍‌ ବୃଦ୍ଧି ପାଇଚାଲିଛି। ଏହାର ୮୦୦ସିସି ଇଞ୍ଜିନକୁ BS-6 ରେ ଅପଗ୍ରେଡ୍‌ କରାଯାଇଛି। ଏହି ଇଞ୍ଜିନ୍‌ ୪୮ପିଏସ୍‌ର ପାଓ୍ଵାର ଏବଂ ୬୯Nm ର ଟର୍କ ଦେଇଥାଏ। କାରରେ ୫ ସ୍ପିଡ୍‌ ଗିୟର ବକ୍ସ ଲାଗିଛି। ନୂଆ BS6 ଅଲ୍ଟୋ ୨୨.୦୫ କିଲୋମିଟର ପ୍ରତି ଲିଟରର ମାଇଲେଜ୍‌ ଦେଇଥାଏ। ଏହି କାର୍‌ର ମୂଲ୍ୟ ୨.୯୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ। ନିଜ ସେଗ୍‌ମେଣ୍ଟର ଏହା ସବୁଠାରୁ ଅଧିକ ବିକ୍ରି ହେଉଥିବା ଭରସାଯୋଗ୍ୟ କାର।

Datsun Redi-Go:

ଏଣ୍ଟ୍ରି ଲେବଲ ସେଗ୍‌ମେଣ୍ଟରେ Datsun ର Redi-Go କାର ଏବେ ଗ୍ରାହକଙ୍କ ହୃଦୟରେ ନିଜ ପାଇଁ ସ୍ଥାନ ତିଆରି କରିସାରିଛି। Redi-Go ରେ ୮୦୦ ସିସିର ଇଞ୍ଜିନ୍‌ ଲାଗି ଯାହା ୫୪bhp ର ପାଓ୍ଵାର ଯୋଗାଇଥାଏ। ଏଥିରେ ୫ ସ୍ପିଡ୍‌ ମାନୁଆଲ୍‌ ଗିୟରବକ୍ସ ଲାଗିଛି। ସେହିପରି ୧ ଲିଟର Redi-Go ୨୫.୧୭ କିଲୋମିଟର ମାଇଲେଜ୍‌ ଦେଇଥାଏ। Redi-Go ର ଦିଲ୍ଲୀ ଏକ୍ସ ଶୋରୁମ୍‌ ମୂଲ୍ୟ ୨.୭୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। କାରର ଡିଜାଇନ୍‌ ସ୍ପୋଟର୍ସ କାର ଭଳି ହୋଇଛି ଯାହା ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି।

Leave A Reply

Your email address will not be published.