ପୁଣି ପଦଯାତ୍ରା କଲେ ମୁକ୍ତିକାନ୍ତ ବିଶ୍ୱାଳ, ୨ୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ନେଇ ପଦଯାତ୍ରା

ରାଉରକେଲାର(କେନ୍ୟୁଜ୍):  ପୁଣି ପଦଯାତ୍ରା କଲେ ରାଉରକେଲାର ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ନେଇ ମୁକ୍ତିକାନ୍ତ ଓ ତାଙ୍କ ସହଯୋଗୀ ଆଇଜିଏଚ ପରିସରରୁ ପାନପୋଷ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ରାଉରକେଲା ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସପିଟାଲ କରିବା ସହ ପାନପୋଷ ନିକଟରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ୫ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ। ତେବେ କାମ ମନ୍ଥର ଗତିରେ ଚାଲିଥିବା ଓ ପୁରୁଣା ପାନପୋଷ ସେତୁ ମରାମତି କରାଯାଉନଥିବା ଅଭିଯୋଗ କରି ସେ ଏହି ପଦଯାତ୍ରା କରିଥିଲେ। ରାଉରକେଲାର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହ ବିଭିନ୍ନ ଦଳର ନେତା ମଧ୍ୟ ଏହି ପ୍ରସଙ୍ଗରେ ନୀରବ ରହିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଶୀଘ୍ର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ସେ ରାଉରକେଲାରୁ ନୂଆଦିଲ୍ଲୀ ପଦଯାତ୍ରା କରିଥିଲେ।

 

Leave A Reply

Your email address will not be published.