ମୋହନା: ବେଆଇନ ଭାବେ ବଢି ଚାଲିଛି ଚାଇଲ୍ଡ ହୋମ, ବନ୍ଦ କରିବାକୁ ଅଞ୍ଚଳବାସୀଙ୍କ ଦାବି

ମୋହନା(କେନ୍ୟୁଜ୍): ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସକରାର ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଚାଇଲ୍ଡ ହୋମ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଯାଞ୍ଚ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସରକାରଙ୍କ ସବୁ ନିର୍ଦ୍ଦେଶକୁ ଫାଙ୍କି ଗଢି ଉଠିଛି ମାଳ ମାଳ ଚାଉଲ୍ଡ ହୋମ୍‌। ସବୁ ଦେଖି କିନ୍ତୁ ଶିଶୁ ସରକ୍ଷା ବିଭାଗ ତଥା ପ୍ରଶାସନ ଚୁପ୍‌ ।

child sleeping

ଶିଶୁ ସୁରକ୍ଷା ନିମନ୍ତେ ପ୍ରଶାସନକୁ ଅଧିକ କ୍ରିୟାଶୀଳ ହେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ୫୦ରୁ ଉର୍ଦ୍ଧ୍ୱ ଚାଉଲ୍ଡ ହୋମ ବେଆଇନ ଭାବେ ଗଢି ଉଠିଛି। ଏହି ହୋମ ଗୁଡିକରେ ଶିଶୁମାନଙ୍କ ଚଳନୀ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ତଥା ଶୌଚାଳୟ, ସ୍ୱଚ୍ଛା ରୋଷେୟୀ ଘର, ଶିଶୁମାନଙ୍କ ଶୋଇବା ନିମନ୍ତେ ବଡର ବ୍ୟବସ୍ଥା ମଧ୍ୟ ନାହିଁ। ଅନ୍ୟ ପଟେ ଅଧିକାଂଶ ଚିଲଡ୍ରେନ ହୋମ ଜିଲ୍ଲାପାଳ କିମ୍ବା ଶିଶୁ ସୁରକ୍ଷା ସମିତିର ସ୍ୱୀକୃତି ମଧ୍ୟ ପାଇନାହାନ୍ତି। କେବଳ ବ୍ୟବସାୟିକ ଉଦ୍ଦେଶ୍ୟରେ ମାଲିକମାନେ ପ୍ରଶାସନକୁ ଫାଙ୍କି ଟ୍ରଷ୍ଟ ଆକ୍ଟ ଅନୁଯାୟୀ ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ରେଜଷ୍ଟ୍ରେସନ କରି ଚିଲଡ୍ରେନ ହୋମ ଚଳାଉଛନ୍ତି। ଏଭଳିକି କିଛି ଚିଲଡ୍ରେନ ହୋମରେ ଶିଶୁମାନଙ୍କୁ ଶ୍ରମିକ ଭାବେ ବ୍ୟବହାର କରାଯାଉଥିବା ଏବଂ ଗାଈ ଗୁହାଳରେ ରହିଲା ଭଳି ଶିଶୁମାନଙ୍କୁ ରଖା  ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।  ଏଭଳି ବେଆଇନ ଚିଲଡ୍ରେନ ହୋମ ଗୁଡିକ ତୁରନ୍ତ ବନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି।

 

Leave A Reply

Your email address will not be published.