Below header

ଶ୍ରୀକ୍ଷେତ୍ର ପାଇଁ ଆଉ ୪୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ରାଜ୍ୟ ସରକାର, ଶ୍ରୀମନ୍ଦିର ଚାରିପଟେ ଜମି ଅଧିଗ୍ରହଣ ପାଇଁ ଏହି ଅର୍ଥ ହେବ ବିନିଯୋଗ

ପୁରୀ(କେନ୍ୟୁଜ୍):  ଶ୍ରୀକ୍ଷେତ୍ର ପାଇଁ ଆଉ ୪୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା । ସୁରକ୍ଷା ଜୋନରେ ଜମି ଅଧି ଅଗ୍ରହଣ ପାଇଁ ରାଜ୍ୟ ସରକାର ଏହି ଅର୍ଥ ରାଶି ଅନୁମୋଦନ କରିଛନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଏସମ୍ପର୍କିତ ବିଜ୍ଞପ୍ତି। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ପାଇଁ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ସହ ପୁରୀର ବିକାଶ ପାଇଁ ଚାଲିଥିବା ପ୍ରକଳ୍ପ କାମ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଉଲ୍ଲେଖ ରହିଛି। ଜମି ଅଧିଗ୍ରହଣ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍‌ତ୍‌ ବିଭାଗ ଯୁଗ୍ମ ସଚିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ୫ ଶହ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିଲେ। ଶ୍ରୀମନ୍ଦିରର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶ୍ରୀମନ୍ଦିରର ଚାରିପାଖକୁ ସୌନ୍ଦର୍ଯ୍ୟକରଣ ପାଇଁ ୭୫ମିଟର ଅଞ୍ଚଳ ଅଧିଗ୍ରହଣ ହେବ। ମୋଟ୍‌ ୧୫ ଏକର ୧୯୧ ଡିସମିଲ୍‌ ଜମି ଅଧିଗ୍ରହଣ କରାଯିବ। ତାପୂର୍ବରୁ ଆରମ୍ଭ ହୋଇଛି ସାମାଜିକ ପ୍ରଭାବ ଆକଳନ ସର୍ବେକ୍ଷଣ। ଅଧିଗ୍ରହଣ ହେବାକୁ ଥିବା ଅଞ୍ଚଳର ଘରଗୁଡ଼ିକ ପାଇଁ ସବୁ ପରିବାରକୁ କ୍ଷତିପୂରଣ ଓ ଥଇଥାନ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.