ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀରେ ବିଧାନସଭା ପରିସରରେ ନିଆରା ଦୃଶ୍ୟ, ହ୍ଵିଲଚେୟାରରେ ଆସି ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ସୁରେନ୍ଦ୍ର ନାୟକ

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀରେ ବିଧାନସଭା ପରିସରରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। କାର୍ଯ୍ୟକ୍ରମ ସରିବା ପରେ ସେଠାରେ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକ। ବୟସର ଅପରାହ୍ଣରେ ଅସୁସ୍ଥ ସତ୍ତ୍ୱେ ସେ ହ୍ଵିଲ୍‌ ଚେୟାରରେ ବିଧାନସଭା ପରିସରରେ ପହଞ୍ଚିଥିଲେ। ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହାତ ଯୋଡ଼ି ପ୍ରଣାମ କରିଥିଲେ। ପ୍ରତିମୂର୍ତ୍ତି ତଳେ କିଛି ସମୟ ବିତାଇ ବାପୁଙ୍କ ସ୍ମୃତି ଚାରଣ କରିଥିଲେ ସୁରେନ୍ଦ୍ର ନାୟକ। ଚାଲିବାକୁ ସେ ଏବେ ଅକ୍ଷମ। ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି ସୁରେନ୍ଦ୍ର ନାୟକ। କିନ୍ତୁ ଅସୁସ୍ଥତା ସତ୍ତ୍ୱେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ସେ ବିଧାନସଭା ପରିସରକୁ ଆସିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.