Below header

ଆଜି ଲଞ୍ଚ ହେବ ଏହି ଦମଦାର ବାଇକ, ଯାହା ମୂଲ୍ୟରେ କିଣିପାରିବେ ୪ଟି ସାଣ୍ଟ୍ରୋ କାର

Triumph ମୋଟରସାଇକେଲ ଭାରତରେ ଏପରି ଏକ ବାଇକ ଲଞ୍ଚ କରିବାକୁ ଯୋଜନା ଚଲାଇଛି, ଯାହାର ମୂଲ୍ୟ ଶୁଣି ଆପଣଙ୍କ ହୋସ ଉଡିଯିବ। ଏହି ବାଇକ୍‌ ମୂଲ୍ୟ କୌଣସି ବିଳାସପୂର୍ଣ୍ଣ କାର ଠାରୁ କମ୍‌ ନୁହେଁ। ଏହାର ଦାମ୍‌ରେ ଆପଣ ୪ଟି ହ୍ୟୁଣ୍ଡାଇର ସାଣ୍ଟ୍ରୋ କାର ମଧ୍ୟ କିଣିପାରିବେ।

Triumph କମ୍ପାନୀ ଭାରତରେTriumph Rocket 3GT ଲଞ୍ଚ କରୁଛି। ଭାରତରେ ଲଞ୍ଚ କରିଥିବା ବାଇକ୍‌ ମଧ୍ୟରେ ଏହା ସବୁଠାରୁ ମୂଲ୍ୟବାନ। କିନ୍ତୁ ଏପର୍ଯ୍ୟନ୍ତ ଏହି ବାଇକର ମୂଲ୍ୟ କିଛି ଜଣାପଡିନାହିଁ। କମ୍ପାନୀ ଏହି ଦମଦାର ବାଇକର ଲଂଚିକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା।Triumph Rocket 3GT ରେ ୨,୪୫୮ ସିସି ଟ୍ରିପଲ ସିଲିଣ୍ଡର ଇଂଜନ ଦିଆଯାଇଛି। ଏହାର ଇଂଜିନର ୧୬୭PS ପାଓ୍ଵାର ଏବଂ ୨୨୧Nm ରୁ ଅଧିକ ଟର୍କ ଉତ୍ପନ୍ନ କରିପାରିବ।

55

କମ୍ପାନୀର ବାଇକ୍‌ Rocket 3R ଠାରୁRocket 3GT ର ଲୁକ୍‌ ଅଲଗା ରହିବ। ଏଥିରେ ଆରାମଦାୟକ ସିଟ୍‌ ଏବଂ ଓ୍ଵିଡସ୍କ୍ରିନ ସହିତABS ଏବଂ ଟ୍ୟାକ୍ସନ କଣ୍ଟ୍ରୋଲ ଭଳି ସୁବିଧା ମଧ୍ୟ ଯୋଡା ଯାଇଛି। ରିପୋର୍ଟ ମୁତାବକ, କମ୍ପାନୀ ଏହି ବାଇକରେ ଚାରଟିଂ ରାଇଡିଂ ମୋଡ ଏବଂ କ୍ରୁଜ କେଣ୍ଟ୍ରାଲ ବିକଳ୍ପ ସହିତ ଲଞ୍ଚ କରିବ। ଭାରତୀୟ ବଜାରରେ ପୂର୍ବରୁ୍‌ Rocket 3R ବାଇକ୍‌ର ମୂଲ୍ୟ ବ୍ରିକି ପାଇଁ ରହିଛି। ଯାହାର ମୂଲ୍ୟ ୧୮ ଲକ୍ଷ ଟଙ୍କା ରହିଛି।Triumph Rocket 3GT ମୂଲ୍ୟ ୨୦ ଲକ୍ଷ ରହିବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.