ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଲେ ନାଭାଲ କମାଣ୍ଡର ରଞ୍ଜିତ ରାୟ: କହିଲେ, ସିନୋ-ଇଣ୍ଡିଆ ଯୁଦ୍ଧରେ ସେ ଥିଲେ ଜଣେ ଦୁର୍ଦ୍ଦଶ ଯୋଦ୍ଧା

ଭୁବନେଶ୍ବର: ଚୀନ ଭାରତ ମଧ୍ୟରେ ବିବାଦ ଚରମସୀମାରେ ଥିବା ବେଳେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଛନ୍ତି ନାଭାଲ କମାଣ୍ଡର ରଞ୍ଜିତ ରାୟ । ସେ କହିଛନ୍ତି ସିନୋ-ଇଣ୍ଡିଆ ଯୁଦ୍ଧରେ ବିଜୁ ପଟ୍ଟନାୟକ ଥିଲେ ଜଣେ ଦୁର୍ଦ୍ଦଶ ଯୋଦ୍ଧା । ୧୯୬୨ ଯୁଦ୍ଧରେ ଚୀନକୁ ଚକମା ଦେଇଥିଲେ ବିଜୁ ପଟ୍ଟନାୟକ । ତିବ୍ଦତୀୟ ଶରଣାର୍ଥୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ଚୀନ ବିରୋଧରେ ସ୍ପେଶିଆଲ ଫ୍ରଣ୍ଟିୟର ଫୋର୍ସ ଗଠନ କରିବାରେ ତାଙ୍କ ଭୂମିକା ଥିଲା ଅତୁଳନୀୟ ।

ଆରମ୍ଭରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଅଗ୍ରାହ୍ୟ ସତ୍ତ୍ୱେ, ବିଜୁଙ୍କ ହସ୍ତକ୍ଷେପ ପରେ କମାଣ୍ଡୋ ୟୁନିଟ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ପ୍ରଥମେ ଏହି ଡିଭିଜନର ନାମ ବିକାଶ ବାଟାଲିଅନ ରଖାଯାଇଥିବା ବେଳେ ପରେ ଏହାର ନାମ ବଦଳାଇ ସ୍ପେଶିଆଲ ଫ୍ରଣ୍ଟିୟର ଫୋର୍ସ ରଖାଯାଇଥିଲା । ଚୀନ ସେନାକୁ ଦମନ କରିବା ପାଇଁ ବିଜୁ ବାବୁଙ୍କ ପରାମର୍ଶକ୍ରମେ ୧୯୬୨ରେ ଏକ ସ୍ୱତନ୍ତ୍ର ବାହିନୀ ଗଠନ କରାଯାଇଥିଲା । ସ୍ପେଶିଆଲ ଫ୍ରଣ୍ଟିୟର ଫୋର୍ସ ଗଠନରେ ବିଜୁ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନାଭାଲ କମାଣ୍ଡର ରଞ୍ଜିତ ରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.