Below header

ଫୋନ ପରେ ଏବେ ଟିଭିର ତାରିଫ ପ୍ଲାନରେ ଆସିପାରେ ବଡ଼ ପରିବର୍ତ୍ତନ

ମୋବାଇଲ ପ୍ରିପେଡ଼ ପ୍ଲାନ ପରେ ବର୍ତ୍ତମାନ ଟିଭି ଚ୍ୟାନେଲ ପ୍ଲାନରେ ମଧ୍ୟ ପରିବର୍ତ୍ତନ ଆସିପାରେ । କାରଣ ଟେଲିକମ ରେଗୁଲେଟରି ଅଫ ଇଣ୍ଡିଆ ବା ଟ୍ରାଇ ନୂଆ ତାରିଫ ଅର୍ଡର ଦ୍ୱାରା ଡିଟିଏଚ କମ୍ପାନୀଗୁଡିକୁ ଜାନୁଆରୀ ୧୫ ତାରିଖରେ ନୂଆ ପ୍ଲାନସ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଡିଟିଏଚ କମ୍ପନୀ ଗୁଡିକ ଟ୍ରାଇର ଏହି ନିର୍ଦ୍ଦେଶକୁ କୋର୍ଟରେ ଚ୍ୟାଲେଞ୍ଜ କରଥିଲେ । ତେବେ ଏହି ମାମଲାକୁ ନେଇ ଅନେକଦିନ ଧରି କୋର୍ଟରେ ଶୁଣାଣି ଚାଲିଛି ଏବଂ ଆସନ୍ତା ଶୁଣାଣି ଫେବୃୟାରୀ ୧୨ ତାରିଖରେ ହେବାକୁ ଯାଉଛି । ଏପରିସ୍ଥଳେ ଯଦି କୋର୍ଟର ନିଷ୍ପତ୍ତି ଟ୍ରାଇ ସପକ୍ଷରେ ଆସୁଛି ତାହେଲେ କମ୍ପାନୀ ଗୁଡିକୁ ନୂଆ ଟିଭି ଚ୍ୟାନେଲ ପ୍ୟାକ ଲଞ୍ଚ କରିବାକୁ ପଡିବ ।

tv channel

କେବୁଲ ଟିଭିର ତାରିଫ ପ୍ଲାନରେ ହୋଇପାରେ ପରିବର୍ତ୍ତନ

ଯଦି କୋର୍ଟର ନିଷ୍ପତ୍ତି ଟ୍ରାଇ ସପକ୍ଷରେ ଆସିବ ତାହେଲେ ଡିଟିଏଚ କମ୍ପାନୀ ସହିତ କେବୁଲ ଟିଭି ଅପରେଟର ମାନଙ୍କୁ ମଧ୍ୟ ଫେବୃୟାରୀ ୧୨ ତାରିଖରୁ ନୂଆ ଟିଭି ଚ୍ୟାନେଲ ପ୍ୟାକ ଲଞ୍ଚ କରିବାକୁ ପଡିବ । ଟ୍ରାଇର ନିର୍ଦ୍ଦେଶ ଅନୁଯାୟୀ ଏହି କମ୍ପାନୀଗୁଡିକୁ ଜାନୁୟାରୀ ୧୫ ତାରିଖରୁ ନୂଆ ପ୍ଲାନ ଆଣିବାର ଥିଲା ଯାହାକି ମାର୍ଚ୍ଚ ୧ ରେ ଲାଗୁ କରାଯାଇଥାନ୍ତା ।

ମାର୍ଚ୍ଚ ୧ରୁ ଲାଗୁ ହେବ ନାହିଁ ନୂଆ ଟିଭି ଚ୍ୟାନେଲ ପ୍ଲାନ

ସୂଚନା ଅନୁଯାୟୀ କୋର୍ଟରେ ମାମଲା ପହଂଚିବା ପରେ ନୂଆ ଟିଭି ଚ୍ୟାନେଲ ପ୍ୟାକଗୁଡିକର ଲଂଚିଙ୍ଗ ଉପରେ ରୋକ ଲଗାଇ ଦିଆଯାଇଛି । ଯେଉଁ କାରଣରୁ ୨୦୨୦ ମସିହା ଜାନୁୟାରୀ ୧୫ ତାରିଖରୁ ଆସିବାକୁ ଥିବା ନୂଆ ଚ୍ୟାନେଲ ପ୍ଲାନ ଯାହାକି ମାର୍ଚ୍ଚ ୧ରେ ଲାଗୁ କରାଯାଇଥାନ୍ତା ତାହାବି ବନ୍ଦ କରିଦିଆ ଯାଇଛି । ଯଦି ଟ୍ରାଇ ସପକ୍ଷରେ ନିଷ୍ପତ୍ତି ଆସିବ ତାହେଲେ ଡିଟିଏଚ କମ୍ପାନୀଗୁଡିକୁ ୧୨ ଦିନ ମଧ୍ୟରେ ନୂଆ ଚ୍ୟାନେଲ ପ୍ୟାକ ଲଞ୍ଚ କରିବାକୁ ପଡିବ । ଅନ୍ୟପଟେ ଯଦି କମ୍ପାନୀ ପକ୍ଷରେ ନିଷ୍ପତ୍ତି ଆସିବ ତାହେଲେ ନୂଆ ଚ୍ୟାନେଲ ପ୍ୟାକ ଲାଞ୍ଚ କରିବା ପାଇଁ ଆହୁରି ସମୟ ମିଳିଯିବ ।

Image result for there can be a big change in the TV channel's tariff plan"

ଏଠାରେ କହିରଖିବୁ ଯେ ଜିଓ, ଏୟାରଟେଲ, ଭୋଡାଫୋନ-ଆଇଡ଼ିଆ ଡିସେମ୍ବର ମାସ ଆରମ୍ଭରୁ ଡାଟା ପ୍ଲାନର ଦର ବଢ଼ାଇ ଦେଇଥିଲେ । ଯଦିଓ ଉପଭୋକ୍ତାମାନଙ୍କୁ ସହଜ କରିବା ପାଇଁ କମ୍ପାନୀମାନେ ଅନେକ ଅଫର୍ସ ସହିତ ଅନଲିମିଟେଡ଼ କଲିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.