Below header

ମାଘସପ୍ତମୀରୁ ଆରମ୍ଭ ହୋଇଯାଇଛି ଖଣ୍ଡଗିରି ମହାକୁମ୍ଭ ମେଳା, ୯ ଦିନ ବ୍ୟାପି ହେଉଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ତିନି ହଜାରରୁ ଅଧିକ ସାଧୁସନ୍ଥ

ଭୁବନେଶ୍ବର: ମାଘସପ୍ତମୀ ଶୁକ୍ଳପକ୍ଷରୁ ଆରମ୍ଭ ହୋଇଛି ଖଣ୍ଡଗିରି ମହାକୁମ୍ଭ ମେଳା । ଏହି ମେଳାରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ଅୟୋଜିତ ହେଉଥିବା ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ମାନଙ୍କ ଦ୍ୱାରା ବୈଦିକ ଧର୍ମ ଓ ଜଗତ କଲ୍ୟାଣ ନିମିତ୍ତ ପଞ୍ଚମହାଯଜ୍ଞ ଓ ଧାର୍ମିକ ସଭା ସମାବେଶ ୯ ଦିନ ଧରି ଚାଲିବ ।

khandagiriଏହି ୯ ଦିନ ବ୍ୟାପି ଧାର୍ମିକ କାର୍ଯ୍ୟକ୍ରମରେ ତିନି ହଜାରରୁ ଅଧିକ ସାଧୁସନ୍ଥ ଓ ସଦ୍‌ଗୁରୁମାନେ ସେମାନଙ୍କ ଆଧ୍ୟାତ୍ମ୍ୟ ଦିଗ୍‌ଦର୍ଶନ ଦେବା ସହ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ବୈଦିକ ସନାତନ ସମ୍ବଳିତ ମାର୍ଗ ଦର୍ଶନ ଦେବେ । ଏହି ଅବସରରେ ବହୁ ସାଧୁସନ୍ଥମାନେ ୧୦୮ କୁମ୍ଭ ଶୋଭାଯାତ୍ରା କରି ମେଳାର ଶୁଭାରମ୍ଭ କରିବା ସହ ଖଣ୍ଡଗିରି ପାହାଡରେ ଥିବା ମା’ ବାରଭୂଜା ଠାକୁରାଣୀଙ୍କ ନିକଟରେ ନିର୍ମିତ ହୋଇଥିବା ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.